ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର ।

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୪,୮୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୩,୬୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୪,୮୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୨୩,୬୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୩୫,୭୧୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୨୪,୪୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୩୪,୯୯୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୨୩,୭୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୩୪,୭୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୨୩,୫୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୩୪,୮୪୦ ଓ ୧,୨୩,୬୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୧୧,୦୦୦ ଟଙ୍କା ହୋଇଛି ।

ସୁନା ଦରକୁ ନେଇ ଅନେକ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ବଡୁଛି ଯେପରି ଦିନ ସେମିତି ବଢୁଛି ସୁନା ଦର । ସୁନା ଦରକୁ ନେଇ ମଧ୍ୟବିତ୍ତ ପରିବାର ଲୋକ ବହୁତ ଚିନ୍ତିତ ଅଛନ୍ତି। ଗୋଟେ ମଧ୍ୟବିତ୍ତ ପରିବାରର ମା ତାର ଝିଅକୁ ବାହା ଦେଇପାରୁନି। ସୁନା ଦର ହୋ ହୋ ହୋଇ ବଢ଼ିବାରେ ଲାଗିଛି । ଲୋକମାନଙ୍କର ସମସ୍ୟା ବୁଝିବାକୁ ସରକାର ନାରାଜ । ସୁନା ଦାରାକୁ ନେଇ ମାଝୀ ବାବୁ କାହିଁକି ଚୁପ ବସିଛନ୍ତି । ଏହା କେବଳ ଓଡ଼ିଶାରେ ନୁହେଁ ବରଂ ରାଜ୍ୟ ଏବଂ ରାଜ୍ୟ ବାହାରେ ସୁନା ଦରକୁ ନେଇ ଅନେକ ଲୋକ ଚିନ୍ତା ଗ୍ରସ୍ତରେ ଜୀବନଯାପନ କରୁଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ନା କେନ୍ଦ୍ର ସରକାର କାହାର ପାଟି ଫିଟୁନି।