ସାମ୍ଭାବ୍ୟ ବନ୍ୟା ପାଇଁ ଛୁଟି ବାତିଲ କଲେ ଜିଲ୍ଲାପାଳ।

ସମଗ୍ର ରାଜ୍ୟରେ ଗତ ଦୁଇ ତିନି ଧରି ଲଗାଣ ବର୍ଷା ଜାରି ରହିଥିବା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଏସ ଆର ସି ଙ୍କ ସୂଚନା ଅନୁସାରେ ମହାନଦୀ ସିଷ୍ଟମ ରେ ବନ୍ୟା ର ଆଶଙ୍କା ଅଛି ଓ ତଳିଆ ଅଞ୍ଚଳରେ ପାଣି ଜମି ଯିବାର ସମ୍ଭାବନା ରହିଛି।ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମର୍ଥ ବର୍ମା ଆଜି ପୂର୍ବାହ୍ନରେ ଓସୱ୍ୱ।ନ ସମ୍ମିଳନୀ କକ୍ଷରେ ଭିଡିଓ କନଫେରେନ୍ସ ମାଧ୍ୟମରେ ଏକ ଜରୁରୀ ବୈଠକ ନେଇଥିଲେ।ଏହି ବୈଠକରେ ସମସ୍ତ ଅତିରିକ୍ତ ଜିଲ୍ଲାପାଳ ଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ବିଡ଼ିଓ, ତହସିଲଦାର ଓ ଅନ୍ୟାନ୍ୟ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଯୋଗ ଦେଇ ଥିଲେ।ବନ୍ୟା ପରିସ୍ଥିତି ପାଇଁ ଦାୟିତ୍ୱ ରେ ଥିବା କୌଣସି ଅଧିକାରୀ ବା କର୍ମଚାରୀ ଙ୍କ ଛୁଟି ବାତିଲ କରାଯାଇଛି।

ନଦୀ ବନ୍ଧର ଦୁର୍ବଳ ସ୍ଥାନ ଚିହ୍ନଟ ସହ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବା, ଆବଶ୍ୟକତା ପାଇଁ ବାଲି ବସ୍ତା,ବହ୍ଲା ଇତ୍ୟାଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଯୁଦ ରଖିବା, ବିଭିନ୍ନ କାର୍ଯ୍ୟାଳୟ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲି ତଥ୍ୟ ପ୍ରଦାନ କରିବା, ବ୍ଲକ ସ୍ତରରେ ବିଡ଼ିଓ, ତହସିଲଦାର, ମେଡ଼ିକାଲ ଅଫିସର, ଆଇଆଇସି, ଅନ୍ୟାନ୍ୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କୁ ନେଇ ଯୁଗ୍ମ କମିଟି ମାଧ୍ୟମରେ ନିୟମିତ ପରିସ୍ଥିତି ର ଅନୁଧ୍ୟାନ କରି ପଦକ୍ଷେପ ନେବା,ଲୋକ ପ୍ରତିନିଧି, ପଞ୍ଚାୟତ ପ୍ରତିନିଧି, ସ୍ୱଛାସେବୀ ମାନଙ୍କ ସହଯୋଗ ନେବା, ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ବାସ ଉପଯୋଗୀ କରି ବିଦ୍ୟୁତ, ପାନୀୟ ଜଳ ଇତ୍ୟାଦି ବ୍ୟବସ୍ଥା କରିବା, ଅତ୍ୟାବଶ୍ୟକ ଖାଦ୍ୟ ମହଯୁଦ ରଖିବା,ବିଭିନ୍ନ ଔଷଧ ବିଶେଷ କରି ଓ ଆର ଏସ ଓ ଆଣ୍ଟିଭେନମ ଅଧିକ ପରିମାଣରେ ଗଛିତ ରଖିବା, ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନି ଶମ ବାହିନୀ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ନିର୍ଦ୍ଦେଶ ଦେଇଛନ୍ତି।ତତ ସହିତ କୌଣସି ଅବହେଳା କୁ ବରଦାସ୍ତ କରିଯିବ ନାହିଁ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ବିଗତ ବର୍ଷ ମାନଙ୍କ ର ବନ୍ୟା ସ୍ଥିତିର ଆଲୋକପାତ କରି ବିଶେଷ କ୍ଷତିଗ୍ରସ୍ତ ଆଶଙ୍କା ଥିବା ଅସ୍ତରଙ୍ଗ, କାକଟପୁର, ନିମାପଡା, ଗୋପ, ପିପିଲି,ଡେଲାଙ୍ଗ,କଣାସ, ସତ୍ୟବାଦୀ ଓ ପୁରୀ ସଦର ବ୍ଲକ ଗୁଡିକ ଅଧିକ ତତ୍ପରତା ଓ ଗୁରୁତ୍ୱର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମିଳିତ ଭାବେ ଟିମ ସ୍ପିରିଟ ରେ କାମ କରିବାକୁ ସେ ଅନୁରୋଧ କରିଥିଲେ।

ଜିଲ୍ଲାରେ ୧୭୦ ଟି ଓସଡାମାର,୯ ଗୋଟି ରେଡକ୍ରସର ଓ ୩୭୦ ଗୋଟି ଅନ୍ୟାନ୍ୟ ଆଶ୍ରୟ ସ୍ଥଳ ରହିଛି।ସେହିପରି ୩୨ ଏସ ଆର ସି ବୋଟ ମହଯୁଦ ଅଛି।୨୬ ଜଣ ଲେଖାଏଁ ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ରହିଛନ୍ତି ବୋଲି ଜିଲ୍ଲା ଜରୁରୀ ବିଭାଗ ସୂତ୍ରରୁ ପ୍ରକାଶ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର, ସି ଡି ଏମ ଓ ଡା ସୁଜାତା ମିଶ୍ର, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ଜିଲ୍ଲା ଜରୁରୀ ଅଧିକାରୀ ପ୍ରିୟଦର୍ଶିନୀ ମଲ୍ଲିକ,ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା,ଅନ୍ୟାନ୍ୟ ବିଭାଗର ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅ

Leave a Reply

Your email address will not be published. Required fields are marked *