ସାମୁହିକ ଭାବେ ନୂଆଖାଇ ପାଲିଲେ କୁଳିଆମାଳ ସାହୁ ପରିବାର

ପଶ୍ଚିମ ଓଡିଶା ର କୃଷି ଭିତ୍ତିକ ମୁଖ୍ୟ ଗଣପର୍ବ ହେଉଛି ନୂଆଖାଇ |ଯାହା ଆଜି ସମଗ୍ର ପଶ୍ଚିମ ଓଡିଶା ନୂଆଖାଇ ପର୍ବ କୁ ପାଳନ କରୁଛନ୍ତି |ଏହି ପର୍ବ ସହର ଠାରୁ ପୂରପଲ୍ଲୀ ପର୍ଯ୍ୟନ୍ତ ହର୍ଷ ଉଲ୍ଲାସ ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପୂର୍ବ ପରମ୍ପରା ଅନୁସାରେ ପୂର୍ବ ପୁରୁଷ ମାନେ ନିଜର ପ୍ରଥମ ଉତ୍ପାଦନ ଶସ୍ୟ କୁ ନିଜର ଇଷ୍ଟ ଦେଵୀ ପାଖେ ଭୋଗ ଲଗାଇବା ସହ ନବାନ୍ନ ଭକ୍ଷଣ କରିବା କାହିଁ କେଉଁ ଯୁଗରୁ ଏହି ପ୍ରଥା ଚାଲିଆସୁଅଛି |ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଅଧୀନ କୁଳିଆମାଲ ଗାଁ ର ସାହୁ ପରିବାର ମଧ୍ୟ ପ୍ରତିବର୍ଷ ଭଳି ଚଳିତ ନୂଆଖାଇ ରେ ମଧ୍ୟ ନିଜର ପୂର୍ବ ପୁରୁଷ ଙ୍କ ଦ୍ୱାରା ପ୍ରଚଳିତ ପରମ୍ପରା ଅନୁଯାଇ ଏହି ବର୍ଷ ପାରିବର ୪୯ ଜଣ ସାମୁହିକ ଭାବେ ନୂଆଖାଇ ପାଳନ କରି ନିଜର ଭାତୃତ୍ବ ଏବଂ ଭାଇଚାରା ର ସମ୍ପର୍କ କୁ ନିବିଡ଼ କରିଥିଲେ | ଏବଂ କୁଳିଆମାଳ ଗାଁ ର ସାହୁ ପଶ୍ଚିମ ଓଡିଶା ର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଖାଇ କୁ ସ୍ୱପରିବାର ମିଶି ବେଶ ଆନନ୍ଦ ଉଲ୍ଲାସ ରେ ପାଳନ କରିଥିଲେ |

ସର୍ବ ପ୍ରଥମେ ପରିବାର ମୁଖିଆ ଙ୍କ ନେତୃତ୍ୱ ରେ ଘର ର ଅନ୍ୟ ବୟଜ୍ୟୋଷ୍ଠ ଏକତ୍ରିତ ହୋଇ ଘର ଇଷ୍ଟ ଦେବଦେବୀ ଙ୍କୁ ପୂଜାର୍ଚ୍ଚନା କରିଥିଲେ |ଶେଷ ରେ ପରିବାର ମୁଖିଆ ସମସ୍ତ ଙ୍କୁ ନବାନ୍ନ ଖାଇବା କୁ ପାଛୋଟି ଥିଲେ |ନୂଆଖାଇ ବା ନବାନ୍ନ ଭକ୍ଷଣ ପରେ ଆରମ୍ବ ହେଲା ନୂଆଖାଇ ଜୁହାର ଭେଟଘାଟ ଯାହା ସମସ୍ତେ ନୂତନ ବସ୍ତ୍ର ପରିଧାନ ପରେ ଛୋଟ ମାନେ ପରିବାର ବଡ ଲୋକଙ୍କୁ ମୁଣ୍ଡିଆ ମାରି ଆଶ୍ରିବାଦ ଲାଭ କରିଥିଲେ | ଏହି ଅବସରରେ ପରିବାର ଯୁବକ ଯୁବତୀ ମହିଳା ପ୍ରମୁଖ ନୂଆଖାଇ ର ମଜା କୁ ସଂସ୍କୃତିକ କାର୍ଯ୍ୟକ୍ରମ ରେ ଭରପୁର ଉପଭୋଗ କରିଥିଲେ | ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଶ ଉତ୍ସାହ ଆନନ୍ଦ ଏବଂ ଭାଇଚାରା ର ସମ୍ପର୍କ କୁ ବଜାଇ ରଖିଲୁ ବୋଲି ସାହୁ ପରିବାର ଛୋଟ ରୁ ବଡ଼ ବେଶ ଉତ୍ସଵ ମୁଖଥିଲେ |