ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଓଡିଶାର ଅଗ୍ରଣୀ ମହାବିଦ୍ୟାଳୟ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ୧୯୯୧-୯୪ ବ୍ୟାଚ ର ବାଣିଜ୍ୟ ସ୍ନାତକ ଛାତ୍ର ଓ ଛାତ୍ରୀ ବୃନ୍ଦଙ୍କ ପ୍ରୟାସରେ ଆଜି କଲେଜ ପରିସରରେ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଗୋପବନ୍ଧୁଙ୍କର ଏକ ଆବଦ୍ଧ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ଦ୍ୱିବେଦୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ସାମନ୍ତ ଚନ୍ଦ୍ରଶେଖର ଙ୍କ ପାଖରେ ଦୀପଦାନ ଓ ବୃକ୍ଷ୍ୟରୋପଣ ପରେ ଏକ ସାଧାରଣ ସଭା ଓ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ଦ୍ୱିବେଦୀ ଏବଂ ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ତଥା ବରିଷ୍ଠ କବି ଡ଼ଃ ଦିଲ୍ଲୀପ ସ୍ୱାଇଁ ଯୋଗ ଦେଇଥିଲେ ।

ଉକ୍ତ ଉତ୍ସବରେ ବାଣିଜ୍ୟ ବିଭାଗର ପ୍ରାକ୍ତନ ଅଧ୍ୟାପକ ପ୍ରଫେସର ଡ଼ଃ ବିମଲ ପ୍ରସାଦ ମହାପାତ୍ର, ପ୍ରଫେସର ଶ୍ରୀଯୁକ୍ତ ନିମାଇଁ ଚରଣ ଜେନା, ପ୍ରଫେସର ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଏବଂ ପ୍ରଫେସର ଡ଼ଃ ଭଗବାନ ଦାସଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସନମାନିତ କରାଯାଇଥିଲା ।

ପୁରାତନ ଛାତ୍ର ଓ ଛାତ୍ରୀ ମାନେ ଗୁରୁମାନଙ୍କର ସ୍ମୃତି ଚାରଣ କରିଥିଲେ ଓ ନିଜର ଅନୁଭୂତି ବଖାଣି ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡ଼ଃ ଭଗବାନ ଦାସ ଏହି ମହାବିଦ୍ୟାଳୟକୁ ଏକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବାପାଇଁ ପ୍ରସ୍ତାବ ଦେଇଥିଲେ ।

କାର୍ଯ୍ୟକ୍ରମକୁ ୧୯୯୧-୯୪ ର ବାଣିଜ୍ୟ ସ୍ନାତକ ଛାତ୍ର ଶ୍ରୀ ସଞ୍ଜୀବ କୁମାର ରଥଶର୍ମା ପରିଚାଳନା କରିଥିଲେ । ଶତାଧିକ ପୁରୁଣା ଛାତ୍ର ଓ ଛାତ୍ରୀ, କଲେଜର ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ଆଲୁମିନି ମାନଙ୍କର ଏହିପରି ଉଦ୍ୟମ କୁ ସଭାରେ ଉପସ୍ଥିତ ଅତିଥମାନେ ଭୂୟସୀ ପ୍ରଶଂସା କରିଥିଲେ ।