ସରୋବର ଯୋଜନାରେ ମହାଦୁର୍ନୀତି

ଅମୣତ ସରୋବର ଯୋଜନାରେ ମହାଦୁର୍ନୀତି। ଯୋଜନା ନାମରେ ଖାଇଗଲେ ଲକ୍ଷାଧିକ ଟଙ୍କା । ଖେlଦ ମୂଖ୍ୟମନ୍ତ୍ରୀ ବ୍ଲକରେ ଏଭଳି ଏମିତି ଦୁର୍ନୀତି ସାମ୍ନାକୁ ଆସିଛି ।ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ କୁଟୁଗାଁ ପଞ୍ଚାୟତ ଅନ୍ତର୍ଗତ ସାନଯେlଡା ଗାଁ ରେ ଅମୣତ ସରୋବର ଯୋଜନାରେ ହରିଲୁଟ ହେବା ନେଇ ଗ୍ରାମବାସୀ ଅଭିଯୋଗ କରି ତଦନ୍ତ ପାଇଁ ଦାବୀ କରିଛନ୍ତି ।

ଏହି ଦୂର୍ନୀତିରେ ପଞ୍ଚାୟତ କର୍ତୣପକ୍ଷ ସହିତ ବ୍ଲକ କର୍ତୣପକ୍ଷ ମିଶି ଅର୍ଥ ହରିଲୁଟ ବେଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ୱେ ଗାଁ ର ଏକ ମାତ୍ର ପୋଖରୀ ଲୋକଙ୍କ କାମରେ ଲାଗି ପାରୁନାହିଁ । ଝୁମ୍ପୁରା ବ୍ଲକ ସାନଯୋଡା ଗାଁ ପୋଖରୀ ର ଉନ୍ନତି କରଣ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ଚାରି ଲକ୍ଷ ଟଙ୍କା ଯୋଗାଇ ଦିଆଯିବା ପରେ ୨୦୨୨-୨୩ ଆର୍ଥିକ ବର୍ଷରେ ଅମୣତ ସରେlବର ଯେlଜନାରେ ସେହି ପେlଖରୀକୁ ଦଶ ଲକ୍ଷ ଟକାଂ ଯେlଗାଇ ଦିଆଯାଇଥିଲା ।

ତେବେ ୧୪ ଲକ୍ଷ ଟକାଂ ଅନୁଦାନ ସତ୍ୱେ ଏହି ପେlଖରୀ ଏବେ ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ରହିଛି l ନାମକୁ ମାତ୍ର ପେlଖରୀରେ ଏକ ପାହଚ କାମ ସହିତ କିଛି ଅଂଶରେ ଗାଡଓ୍ବାଲ କାମ କରାଯାଇ ଅନୁଦାନର ସି଼ଂହ ଭାଗ ଅଂଶ ହରିଲୁଟ କରାଯାଇଥିବା ବେଳେ ଏବେ ଏହି ପେlଖରୀରେ ଗାଧେlଇବାକୁ ଗ୍ରାମବାସୀ ଭୟ କରୁଛନ୍ତି l ଗାଁ ଗୁଡିକରେ ରହିଥିବା ପେlଖରୀ ଗୁଡିକର ପୁନ୍ନରରୁଦ୍ଧାର ସହ ପେlଖରୀର ଚର୍ତୁପାର୍ଶ ସୈlନ୍ଦର୍ଯ୍ୟ କରଣ ପାଇଁ ଏହି ଅନୁଦାନ ଯେlଗାଇ ଦିଆଯାଇଥିବା ବେଳେ ଏଠାରେ ନାମ ମାତ୍ର କାମ କରାଯାଇ ଏହି ଅନୁଦାନ ଅର୍ଥକୁ ହରିଲୁଟ କରାଯାଇଥିବାରୁ ଏନେଇ ଗାଁ ରେ ଅସନ୍ତୋଷ ସହ ଏହାର ତଦନ୍ତ ଦାବୀ କରିଛନ୍ତି ଗ୍ରାମ ବାସୀ