
ଭାଦ୍ରବ ମାସର ପ୍ରତି ରବିବାରରେ ପାଳନ କରାଯାଇଥାଏ ଖୁଦୁରୁକୁଣୀଓଷା। ଏହି ଦିନ ଚଳଚଞ୍ଚଳ ଓ ଉତ୍ସବ ମୁଖରିତ ହୋଇଉଠେ ପୁରପଲ୍ଲୀ। କୁମାରୀମାନେ ଖୁଦୁରୁକୁଣୀ ଓଷାକୁ ମଙ୍ଗଳମୟୀ ମା’ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥାନ୍ତି। ବହୁତ ଭକ୍ତିଭାବର ସହ ଏ ପୂଜା କରାଯାଇଥାଏ। ଭଉଣୀମାନେ ନିଜ ଭାଇର ନିରାମୟ ଜୀବନ, ଉଜ୍ଜଳ ଭବିଷ୍ୟତ ଓ ଦୀର୍ଘ ଆୟୁ କାମନା କରି ମଙ୍ଗଳମୟୀ ମା’ ମଙ୍ଗଳାଙ୍କ ନିକଟରେ ପୂଜା କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଖୁଦୁରୁକୁଣୀ ଓଷା ନେଇ କିମ୍ବଦନ୍ତୀ କ’ଣ କୁହେ।

ଖୁଦରକୁଣୀ ଓଷା ନେଇ କିମ୍ବଦନ୍ତୀ କ’ଣ କୁହେ–
କିମ୍ବଦନ୍ତୀ ଅନୁସାରେ, ୭ ଭାଇର ଗୋଟିଏ ଭଉଣୀ ଥିଲେ ତଅପୋଇ। ବାପା ମା’ ମରିଯିବା ବହୁତ ଗେଲ ବସରରେ ସାନ ଭଉଣୀ ତଅପୋଇକୁ ବଢାଥିଲେ ଭାଇମାନେ। ସାତଭାଇର ସାତ ଭାଉଜ ମଧ୍ୟ ତଅପୋଇକୁ ବହୁତ ଭଲ ପାଉଥିଲେ। ପୂର୍ବେ ଓଡିଆ ସାଧବ ପୁଅ ବାଣିଜ୍ୟ କରିବାକୁ ବିଦେଶକୁ ଯାଉଥିଲେ। ଦିନେ ତଅପୋଇଙ୍କ ୭ ଭାଇ ବଣିଜ କରିବାକୁ ବିଦେଶକୁ ବାହାରିଥିଲେ। ସାତ ଭାଉଜଙ୍କ ପାଖରେ ଗେହ୍ଲା ଭଉଣୀ ତଅପୋଇକୁ ଛାଡ଼ି ଯାଇଥିଲେ। ଭାଇମାନେ ଥିବା ସମୟରେ ତଅପୋଇକୁ ଯେମିତି ଭଲପାଇବା ମିଳୁଥିଲା ସେମାନେ ଗଲା ପରେ ମଧ୍ୟ ତାକୁ ସେହି ଭଲପାଇବା ଦେଉଥିଲେ ଭାଉଜମାନେ। ହେଲେ ତାହା ଥିଲା କିଛି ଦିନ ପାଇଁ ।

ଖୁସିରେ ଗ୍ରହଣ ଲାଗିବା ଭଳି ଘରେ ଆସି ପହଞ୍ଚିଥିଲା ରାଣ୍ଡୀ ବ୍ରାହ୍ମଣୀ। ଭାଉଜମାନଙ୍କ ସିଖେଇ ନଣନ୍ଦ ତଅପୋଇକୁ ଦେଉଥିଲା ଗଞ୍ଜଣା। ଭାଉଜମାନେ ରାଣ୍ଡି ବ୍ରାହ୍ମଣୀ କଥାରେ ପଡି ତଅପୋଇକୁ ଘରକାମ ସହ ଛେଳି ଚରାଇବା ପାଇଁ କହୁଥିଲେ। ଭାତ ବଦଳରେ ଗୋଡି ମିଶା ଖୁଦ ଦେଉଥିଲେ। ଭାଇମାନେ ପାଖରେ ନଥିବାରୁ ତଅପୋଇ ଏକଥା କାହାରିକୁ କହିପାରୁନଥିଲା। ନିଜ କଷ୍ଟ ନିଜ ମନରେ ଚାପି କାନ୍ଦି କାନ୍ଦି ରହୁଥିଲା । କିନ୍ତୁ ସାନ ଭାଉଜ ଥିଲେ ତଅପୋଇ ସପକ୍ଷରେ। ୬ ଭାଉଜଣଙ୍କୁ ଛାଡି ସବୁଠାରୁ ସାନ ଭାଉଜ କିନ୍ତୁ ତଅପୋଇ ପ୍ରତି ଥିଲା ଭଲପାଇବା। ସମସ୍ତଙ୍କୁ ଲୁଚାଇ ଖାଇବାକୁ ଦେଉଥିଲେ। ସ୍ନେହ ଆଦର କରୁଥିଲା।

ଅନେକ ଦିନ ଅନ୍ତେ ଭାଇମାନେ ବିଦେଶରୁ ଫେରିବାରେ ଡେରି ହୋଇଥିଲା । ତଅପୋଇ ମନରେ ଭାଇମାନଙ୍କ ଫେରିବାକୁ ନେଇ ଅନେକ ଦୁଶ୍ଚିନ୍ତା ଆସିଲା । ଆଉ ଶେଷରେ ତଅପୋଇ ନଦୀ ବାଲିରେ ମଙ୍ଗଳା ମା’ଙ୍କ ମୂର୍ତ୍ତି ଗଢ଼ି ଭାଇମାନଙ୍କର ମଙ୍ଗଳମନାସୀ ଖୁଦୁରୁକୁଣୀ ଓଷା କରିଥିଲେ । ପାଖରେ କିଛି ନଥିବାବେଳେ ସେ ଶୁଖିଲା ଖୁଦକୁ ଭୋଗ ଆକାରରେ ଠାକୁରାଣୀଙ୍କ ପାଖରେ ଖୁଦ ଭୋଗ କରିଥିଲା । ସେଦିନ ଥିଲା ରବିବାର । ସେହିଦିନଠୁ ୫ ପାଳି ଓଷା କରିଥିଲା ତଅପୋଇ। ତଅପୋଇ ଡାକ ଶୁଣି ମା’ ମଙ୍ଗଳାଭାଇମାନଙ୍କୁ ଘରକୁ ଫେରାଇ ଆଣିଥିଲେ ।