ସମ୍ବାଦ ସାହିତ୍ୟ ଘରର ନବମ ବାର୍ଷିକ ଉତ୍ସବ

ଦାନଗଦି ସ୍ଥିତ ହୋଟେଲ ଏମଆଇପିଏଲ ଠାରେ ଅନୁଷ୍ଠାନ ର ସଭାପତି ଅଶୋକ କୁମାର ଖିଲାର ଙ୍କ ସଭାପତିତ୍ୟ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସମ୍ବାଦ ର ପ୍ରତିଷ୍ଠାତା ତଥା ସାହିତ୍ୟ ଘର ର ମୁଖ୍ୟ ଉପଦେଷ୍ଟା ସୋମ୍ୟ ରଞ୍ଜନ ପଟନାୟକ ଯୋଗ ଦେଇ ସାହିତ୍ୟ ଘର ର ସମସ୍ତ କର୍ମକର୍ତା ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏବର୍ଷ ନୂଆ ଜୀବନ ଏବଂ ପରିବାର ଓ ପରିବେଶ ସଂରକ୍ଷଣ ଭଳି ନୂତନ କାର୍ଯ୍ୟକ୍ରମ କରିବା ନେଇ ସମସ୍ତ କର୍ମକର୍ତା ଙ୍କୁ ସଂକଳ୍ପ ନେବା ପାଇଁ ପରାମର୍ଶ ଦେଇଥିଲେ.ସଂମ୍ମାନିତ ଅତିଥି ଭାବେ ରାଜ୍ୟ ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଯୋଗ ଦେଇ ସମ୍ବାଦ ସାହିତ୍ୟ ଘର ତରଫରୁ ଆୟୋଜିତ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ଓଡ଼ିଆ ଭାଷା, ସଂକୃତି, ରୀତିନୀତି. ଚାଲିଚଳନ ଉପରେ ଆଲୋଚନା କରିଥିଲେ।

ଅତିଥି ମାନଙ୍କ ଦ୍ଵାରା ସ୍ମରଣିକା ପଦ୍ମଜା ଓ ବିଭିନ୍ନ ପୁସ୍ତକ କୁ ଉନ୍ମୋଚନ କରିବା ସହିତ ସମ୍ବାଦ ଖବରକାଗଜ ର ଦାନଗଦି ସମ୍ବାଦ ସାହିତ୍ୟ ଘର ର ପୃଷ୍ଠା କୁ ସଭ୍ୟ ମାନଙ୍କ ନିକଟରେ ପ୍ରତିପାଦିତ କରିଥିଲେ.ସମ୍ପାଦିକା ଯୁଗପ୍ରଭା ସାବତ ଙ୍କ ଦ୍ଵାରା ଅତିଥି ପରିଚୟ ପ୍ରଦାନ କରିବା ସହିତ ଅନୁଷ୍ଠାନ ତରଫରୁ ଡକ୍ତର ନିରଞ୍ଜନ ସ୍ୱାଇଁ,ସାହିତ୍ୟିକ କୁଞ୍ଜ ବିହାରୀ ଦାସ, ସମାଜସେବୀ ପ୍ରଶାନ୍ତ କୁମାର ରାୟ, ସାହିତିକା ମାଙ୍ଗଳିକା ଦାସ,ସଭାପତି ଅଶୋକ କୁମାର ଖିଲାର ଓ ଆଦର୍ଶ କୃଷକ ଉଗ୍ରସେନ ପରିଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଏଥି ସହିତ ସମ୍ବାଦ ସାହିତ୍ୟ ଘର ଉପସଭାପତି ସନାତନ ଗେଡି, ପତ୍ରିକା ସମ୍ପାଦିକା ପ୍ରତିମା ରଥ, ସହ ସମ୍ପାଦକ ମଧୁସୂଦନ ଦାସ, କୋଷାଧକ୍ଷ ଗଣନାଥ ମହାରଣା, ସଂଯୋଯୋଗ ପ୍ରଦୀପ ଜେନା ଓ ବିଜୟ କୁମାର ସାହୁ ଙ୍କ ସମେତ ସମସ୍ତ କର୍ମକର୍ତା ମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।