ସବୁ ଏକା ହଡପ କରିବାକୁ ଯୋଜନା!

ଆଗରୁ ଖୋଲୁନଥିଲେ ମୁହଁ, ଏବେ ଦଳ ଯିବା ପରେ ସବୁ ଖୋଲିଲେଣି ମୁହଁ, ଆଗରୁ ବିଜେପି ବିରୋଧୀ ଆସନରେ ଥିବା ବେଳେ ଦଳର ସୁପ୍ରିମୋଙ୍କୁ କମ ବେଶୀ ଧୋଉଥିଲେ ପାଣ୍ଡିଆନଙ୍କୁ, ଏବେ ଶଙ୍ଖ ଦଳର କିଛି ଗୋଷ୍ଠୀ ଧୋଉଛନ୍ତି ପାଣ୍ଡିଆନଙ୍କୁ, ଖୋଲୁଛନ୍ତି ପୋଲ ଯାହା ବିଜେଡି କୋଟେରୀ ଗୋଷ୍ଠୀଙ୍କୁ ଚିନ୍ତାରେ ପକାଇଛି, ହଁ ଦର୍ଶକବନ୍ଧୁ, ବିଜେଡି ସୁପ୍ରିମୋ ନବୀନଙ୍କ ଅସୁସ୍ଥତା ହେଲା ପାଣ୍ଡିଆନଙ୍କ ଆବିର୍ଭାବର କାରଣ, ଯାହା ପରେ ବିଜେଡିର ଘରକଳିକୁ ପଦାରେ ପକାଇଛି, ରାଜା ସ୍ୱାଇଁଙ୍କୁ ଦଳରୁ ବିଦା କରିବା ପାଇଁ ପାଣ୍ଡିଆନଙ୍କ ଧମକ ପରେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଅହଂକାର ମନ୍ତବ୍ୟ ପରେ ରାଜା ପାଣ୍ଡିଆନଙ୍କ ମନ୍ତବ୍ୟ କୁ ହସରେ ଉଡାଇବା ପରେ ସୁଜାତା କୋଟେରୀ ଗୋଷ୍ଠୀଙ୍କୁ ନେଇ ବୈଠକ କରିବା ବିଜେଡିରେ ବଡ଼ ଗଡ଼ବଡ ଥିବା ଦର୍ଶାଉଛି, ଏହାସହ ଏବେ ବିଜେପି ନେତା ସରୋଜ ପାଢ଼ୀଙ୍କ ବୟାନ ନିଆଁରେ ଘିଅ ଢ଼ାଳିବା ସଦୃଶ ହୋଇଛି,

ଦର୍ଶକବନ୍ଧୁ, ବିଜେଡିରେ ଲାଗିରହିଥିବା ପାଣ୍ଡିଆନ ଝଡ ମଧ୍ୟରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ, ସେ କହିଛନ୍ତି ପାର୍ଟି ଫଣ୍ଡ ହଡ଼ପ କରିବା ଲାଗି ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ୍, ବିଜେଡି ପାର୍ଟି ଫଣ୍ଡ ପାଇଁ କେତେବେଳେ ନବୀନ ପଟ୍ଟନାୟକଙ୍କର କଣ ହେବ କେହି କହି ପାରିବେ ନାହିଁ।ଯେଉଁଠି ରାଜ୍ୟବାସୀ କି ବିଜେଡିର କେହି ନେତା ପାଣ୍ଡିଆନଙ୍କୁ ଗ୍ରହଣ କରୁ ନାହାନ୍ତି, ସେଠି ପାଣ୍ଡିଆନ ନବୀନଙ୍କୁ ଜବରଦସ୍ତି ଭିଡ଼ି ଧରି ରଖିବା ପଛରେ ସ୍ୱାର୍ଥ କଣ ତାହା ଜଣା ପଡ଼ି ଯାଇଛି। ବିଜେଡି ପାଣ୍ଠିରେ ୧୦୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ରହିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନବୀନ ଯଦି ପାଣ୍ଡିଆନ୍ ଦମ୍ପତିଙ୍କୁ ଦାୟିତ୍ବ ଦେଇ ଦେବେ, ତେବେ ସେହି ଟଙ୍କାର ମାଲିକ ହୋଇଯିବେ ସେମାନେ। ସେଥିପାଇଁ କୋଟେରୀ ଗ୍ରୁପକୁ ଧରି ବିଜେଡିରେ ଏଣ୍ଟ୍ରି ପାଇଁ ଯୋଜନା କରୁଛନ୍ତି ପାଣ୍ଡିଆନ ଦମ୍ପତି। ରାଜା ସ୍ୱାଇଁଙ୍କ ଭଳି ବରିଷ୍ଠ ନେତାଙ୍କୁ ପାଣ୍ଡିଆନ୍ ଏଭଳି ବ୍ୟବହାର କରିବା କେହି ହଜମ କରି ପାରୁ ନାହାନ୍ତି। ଆମେ ଶୁଣୁଛୁ, ନବୀନ ପଟ୍ଟନାୟକଙ୍କ ଭାଇ ଆସିଥିଲେ କାଳେ ପାଣ୍ଡିଆନଙ୍କୁ ଗାଳି କରି ଯାଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି, ଦଳରେ ଯାହା ହେବ ଆମେ ବୁଝିବୁ । ତୁମେ କିଏ ବୋଲି କହିଛନ୍ତି