କେସିଙ୍ଗାରେ ରାଜଲକ୍ଷ୍ମୀ କନଷ୍ଟ୍ରକସନ ପକ୍ଷରୁ ସୁଇଚ ପୋଲ ନିର୍ମାଣ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ | ମୃତ ଶ୍ରମିକ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲାର ତାପସ ନାୟକ ବୋଲି ଜଣାପଡିଛି | ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି |
ହେଲେ ପୋଲିସକୁ କିଛି ଖବର ନଦେଇ ଡାକ୍ତରଖାନାକୁ ମୃତ୍ୟୁଦେହ ନିଆଯାଇଥିଲା |
ଏବେ ସନ୍ଦେହଘେରରେ ଉକ୍ତ ଶ୍ରମିକଙ୍କ ମୃତ୍ୟୁ |
ତେବେ ଶବ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଡାକ୍ତର ଖାନରେ ରଖାଯାଇଥିବା ଜଣାପଡିଛି |
ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି |