ଶେଯ ଉପରେ ବସି ଭଗବାନଙ୍କ ନାମ ଜପ କରିହେବ କି? ପ୍ରେମାନନ୍ଦଜୀ ମହାରାଜଙ୍କ ସ୍ପଷ୍ଟ ଉତ୍ତର

ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦଜୀ ମହାରାଜଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି | ଭଗବାନଙ୍କର ନାମ ଜପ କରିବା କଣ ସବୁ ସ୍ଥାନରେ ଠିକ | ଯେଉଁଠିକି ଗୁରୁ ମନ୍ତ୍ର ଜପ କରିବା ପାଇଁ କିଛି ନିୟମ ମାନିବକୁ ପଡିଥାଏ ବୋଲି ଶାସ୍ତ୍ରରେ ଲେଖା ଅଛି | ଇଏ ନେଇ ତାଙ୍କ ବକ୍ତବ୍ୟ ପ୍ରକାଶ ପାଇଛି |

ଆମମାନଙ୍କ ମନରେ ଅନେକ ପ୍ରଶ୍ନ ଆସେ କି ସବୁ ସ୍ଥାନରେ ବା ସବୁ ଅବସ୍ଥାରେ କଣ ଭଗବାନ ଙ୍କ ନାମ ଜପ କରିବା ଠିକ କି ? ବିଶେଷ କରି ଶୌଚାଳୟ ସମୟରେ ଆଉ ଶୋଇବା ସମୟରେ ଶେଯ ଉପରେ ନାମ ଜପ କରିବାକୁ ନେଇ ଅନେକ ଭ୍ରମ ରହିଥାଏ | ଇଏ ସବୁ ପ୍ରଶ୍ନ ନେଇ ଜଣେ ମହିଳା ଶ୍ରଦ୍ଧାଳୁ ପ୍ରେମାନନ୍ଦଜୀଙ୍କ ପାଖକୁ ଆସିଥିଲେ | ପ୍ରେମନ୍ଦଜୀଙ୍କୁ ପ୍ରଶ୍ନ କରିଥିଲେ ଏବଂ ଠିକ ଉତ୍ତର ମଧ୍ୟ ପାଇଛନ୍ତି | ମହାରାଜଜୀ କହିଛନ୍ତି, ଶାସ୍ତ୍ରରେ ନାମ ଜପ ଓ ଗୁରୁ ମନ୍ତ୍ର ଜପର ଅଲଗା ଅଲଗା ନିୟମ ରହିଛି ଏବଂ ଏଥିପାଇଁ ଭିନ୍ନ ଭିନ୍ନ ମର୍ଯ୍ୟାଦା ବି ରହିଛି | ଶୌଚାଳୟରେ ଥାଇ ବି ଠାକୁରଙ୍କ ନାମ ଜପ କରାଯାଇପାରିବ । ଶାସ୍ତ୍ରରେ କୁହାଯାଇଛି, ଅପବିତ୍ରଃ ପବିତ୍ରୋ ବା ସର୍ବାବସ୍ଥା ଗତୋପି ବା , ଯଃ ସ୍ମରେତ୍ ପୁଣ୍ଡରିକାକ୍ଷଂ ସ ବାହ୍ୟାଭ୍ୟନ୍ତରଃ ଶୁଚିଃ’ | ଅର୍ଥାତ୍ ବ୍ୟକ୍ତି ପବିତ୍ର କି ଅପବିତ୍ର ଯେଉଁ ଅବସ୍ଥାରେ ଥାଉ ନା କାହିଁକି ଯଦି ସେ ଭଗବାନଙ୍କୁ ସୁମରଣା କରୁଛି ତାହାଲେ ତା’ର ଅନ୍ତର ଭିତରେ ପବିତ୍ର ହୋଇଥିବା ଦରକାର | ପ୍ରେମାନନ୍ଦଜୀ ଏକଥା ବି କହିଛନ୍ତି , ଯଦି ଗୁରୁମନ୍ତ୍ରକୁ ନେଇ କିଛି ନିୟମ ଅଛି ତେବେ ଯେଉଁ ଶଯ୍ୟା ଉପରେ ଗୃହସ୍ଥ ଧର୍ମର ପାଳନ କରାଯାଉଛି ତା’ ଉପରେ ବସି ଗୁରୁ ମନ୍ତ୍ର ଜପ କରିବା ଅନୁଚିତ । ସେହିପରି ଶୌଚାଳୟ କିମ୍ବା କୌଣସି ଅପବିତ୍ର ଅବସ୍ଥାରେ ଗୁରୁ ମନ୍ତ୍ର ଜପ କରିବା ଠିକ ନୁହଁ । କିନ୍ତୁ ଭଗବାନଙ୍କ ନାଁ ଜପ କରିବା ଏହି ନିୟମଠାରୁ ଅଲଗା । ନାମ ଜପ ଯେକୌଣସି ଅବସ୍ଥାରେ କରିହେବ । ସେ ଶୌଚାଳୟରେ ହେଉ ବା ଶେଯ ଉପରେ ହେଉ । ନାମ ସ୍ମରଣ କରିବାରେ କୌଣସି ପ୍ରତିବନ୍ଧକ ନାହିଁ | ବ୍ୟକ୍ତି ପ୍ରତି ପରିସ୍ଥିତିରେ ଭଗବାନଙ୍କ ନାମ ଜପ କରିପାରିବ କାରଣ ଏହା ଉଭୟ ମନ ଓ ଆତ୍ମକୁ ଶୁଦ୍ଧ କରିବା ସହ ମନୁଷ୍ୟକୁ ଭଗବାନଙ୍କ ନିକଟତର କରିଥାଏ |