
ଶୀତ ଦିନ ଆସିବା ମାତ୍ରେ ବହୁତ କିଛି ରୋଗର ଲକ୍ଷଣ ଦେଖାଯାଇଥାଏ । ବହୁତ ଲୋକଙ୍କୁ ଶୀତ ଦିନରେ ସର୍ଦ୍ଦି ଜ୍ୱର , ଓ ଆଣ୍ଠୁଗଣ୍ଠି ବାତ ଆଦି ରୋଗର ହୋଇଥାଏ । ଏମିତି ପରିସ୍ଥିତିରେ ଖଜୁରୀ ଖାଇଲେ ସବୁ ଅସୁବିଧାରୁ ରକ୍ଷା ମିଳିଥାଏ ।
ଖଜୁରୀ ଏକ ଏପରି ଫଳ ଯାହାକୁ ପ୍ରାଚୀନ କାଳରୁ ଶକ୍ତି, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଉତ୍ସ ଭାବରେ ବିବେଚନା କରାଯାଏ । ଏହା ଏକ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ଡ୍ରାଏ ଫ୍ରୁଟ୍ସ, ଯାହାକୁ ବିଶ୍ୱର ଅନେକ ସ୍ଥାନରେ ଲୋକମାନେ ଖାଇବାକୁ ପସନ୍ଦ କରନ୍ତି। ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ଏବଂ ଦୀର୍ଘ ସମୟ ପାଇଁ ରୋଗରୁ ଦୂରରେ ରଖିବାରେ ସାହାଯ୍ୟ କରେ ।
ଖଜୁରୀ ଖାଇବାର ଅନେକ ଲାଭ ରହିଛି । ଭିଜା ଖଜୁରରେ ଭିଟାମିନ୍ ଏ, ବି, ସି ଏବଂ ଇ, ଏବଂ ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍ ଏବଂ କ୍ୟାଲସିୟମ୍ ଭଳି ଖଣିଜ ପଦାର୍ଥ ଥାଏ । ଏଗୁଡ଼ିକ ଶକ୍ତି ପ୍ରଦାନ କରେ, ହାଡ଼ ଏବଂ ମାଂସପେଶୀକୁ ମଜବୁତ କରେ । ଯେତେବେଳେ ଖଜୁରକୁ ରାତିସାରା ପାଣିରେ ଭିଜାଇ ସକାଳେ ଖାଇବା ଦ୍ୱାରା ଶରୀରକୁ ସହଜରେ ପୋଷକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ।
ଖଜୁରୀର ଉପକାରିତା
ହୃଦୟକୁ ସୁସ୍ଥ ରଖେ- ଖଜୁରୀରେ ୫୪ ପ୍ରତିଶତ ଚିନି ଓ ୭ ପ୍ରତିଶତ ପ୍ରୋଟିନ୍ ମିଳିଥାଏ। ହୃଦରୋଗୀଙ୍କ ପାଇଁ ଖଜୁରୀ ଖାଇବା ବହୁତ ଭଲ ହୋଇଥାଏ। ଯଦି କୌଣସି ବ୍ୟକ୍ତିକୁ ହୃଦରୋଗ ଥାଏ ତେବେ ସେ ଦିନକୁ ୩-୪ ଟି ଖଜୁରୀ ଖାଇବା ଉଚିତ୍। କାରଣ ଖଜୁରୀ ଶରୀରର କୋଲେଷ୍ଟ୍ରୋଲ୍କୁ ନିୟନ୍ତ୍ରଣ କରିଥାଏ। ଯାହା ଦ୍ୱାରା ହାର୍ଟ ଆଟାକ୍ ସମ୍ଭାବନା କମ୍ କରିଥାଏ।
ରୋଗ ପ୍ରତିରୋଧକ କ୍ଷମତା- ଯଦି ଆପଣ ଶୀତ ଦିନରେ ନିୟମିତ ଖଜୁରୀର ସେବନ କରୁଛନ୍ତି । ଏହା ଭିତରେ ଥିବା ଗ୍ଲୁକୋଜ୍ ଓ ଫ୍ରୁଟୋଜ୍ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ । ଆପଣଙ୍କ ଶରୀରରେ ରୋଗକୁ ଲଢିବା ପାଇଁ ଶକ୍ତି ଦେଇଥାଏ ।
ଚର୍ମକୁ ଉଜ୍ଜ୍ୱଳ କରେ-ଭିଜା ଖଜୁରୀ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର । ଏହା ଚର୍ମକୁ ସୁସ୍ଥ, ଉଜ୍ଜ୍ୱଳ ଏବଂ ଯୁବା ରଖିବାରେ ସାହାଯ୍ୟ କରେ ।
ଏଥିରେ ଏମିତି କିଛି ଉତ୍ପାଦନ ରହିଛି ଯାହା ଗର୍ଭବର୍ତୀ ମହିଳା ଓ ଗର୍ଭରେ ଥିବା ଶିଶୁ ପାଇଁ ମଧ୍ୟ ଏହା ଲାଭଦାୟକ ।ଖଜୁରୀ କେବଳ ଏକ ସ୍ୱାଦିଷ୍ଟ ଫଳ ନୁହେଁ, ବରଂ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟର ଏକ ଉତ୍ତମ ମିଶ୍ରଣ ମଧ୍ୟ ।