
ସର୍ବ ଶିକ୍ଷା ଅଭିଯାନ । କିନ୍ତୁ ଏ ଅଭିଯାନ କଣ ସତରେ ଫଳପ୍ରଦ ହେଉଛି ? ଏ କଥା ପଚାରିବାର କାରଣ ହେଉଛି ଏବେବି ଅନେକ ସରକାରୀ ସ୍କୁଲ ଅବହେଳିତ ଅବସ୍ଥାରେ ରହିଛି । କେଉଁଠି ପରିତ୍ୟକ୍ତ ଅବସ୍ଥାରେ ଶ୍ରେଣୀ ଗୃହ ତ ଆଉଁ କେଉଁଠି ଶିକ୍ଷକଙ୍କ ଅଭାବ । ପୁଣି କେଉଁଠି ଶିକ୍ଷକଙ୍କ ମନମାନି । ଏଭଳି ପରିସ୍ଥିତିରେ ଗଢା ଚାଲିଛି ପିଲାଙ୍କ ଭବିଷ୍ୟତ । ଠିକ୍ ସେମିତି କିଛି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ା ଝୋଲା ପଂଚାୟତର ମାଣିକ ପାଟଣା ହାଟଛକ ନିକଟରେ ଥିବା ବାପୁଜୀ ପ୍ରାଥମିକ ବିଦ୍ୟାଳୟରୁ । ଏଠି ପ୍ରଧାନ ଶିକ୍ଷକଙ୍କୁ ଦେଖାଯାଉ ନାହିଁ । କି ସଠିକ୍ ସମୟରେ ସ୍କୁଲ ଖୋଲା ଯାଉନାହିଁ । ଖାଲି ସେତିକି ନୁହେଁ ଉକ୍ତ ସ୍କୁଲରେ ୧୦୦ ପିଲା ଙ୍କୁ ପାଠ ପଢାଉଛନ୍ତି ୪ ଶିକ୍ଷକ । ଏତିକିରେ ସରିଯାଇନି ଅଭିଯୋଗ ଏମିତି ଅନେକ ଅଭିଯୋଗ ନେଇ ଗଣ ମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଅଭିଭାବକ ।
୧୯୬୫ ମସିହାରେ ସ୍ଥାପିତ ହୋଇଥିବା ଏହି ସ୍କୁଲ ଏବେ ଅବହେଳିତ ଅବସ୍ଥାରେ । ସୁଚନା ଅନୁଯାୟୀ ଆଜି ପ୍ରଧାନ ଶିକ୍ଷକ ବିଳମ୍ବରେ ଆସିବାରୁ ଛାତ୍ର ଛାତ୍ରୀ ମାନେ ଏଣେତେଣେ ବୁଲୁଥିବା ଦେଖୀବାକୁ ମିଳିଥୀଲା । ଏହି ଘଟଣା ପ୍ରତ୍ୟେକ ଦିନ ହୋଇଥୀବାରୁ ଅଭିଭାବକଙ୍କ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ତିବ୍ର ବିରୋଧ କରିଥିଲେ । କିଛି ସମୟ ପରେ ପ୍ରଧାନ ଶିକ୍ଷକ ଜୟନ୍ତୀ ଦେଇ ପହଂଚି ଥିଲେ ଏହି ବିଷୟରେ ମତାମତ ନେବାପାଇଁ ଚେଷ୍ଟା କରିଥୀଲୁ କିନ୍ତୁ ସେ କିଛି କହିନଥିଲେ। ଏହି ବିଷୟରେ ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରସାନ୍ତ କୁମାର ସାହୁଙ୍କ ସହିତ ଯୋଗାଯୋଗ କରିଥିଲୁ ଏବଂ ସେ କଣ କହିଛନ୍ତି ଶୁଣନ୍ତୁ…
ଯଦି ଆଗାମୀ ଦିନରେ ସ୍କୁଲର ପରିସ୍ଥିତି ଅଭଳି ରୁହେ ତେବେ ବିଦ୍ୟାଳୟ ଆଗରେ ଧାରଣା ଦେବାପାଇଁ ଅଭିଭାବକ ମାନେ ଦାବି କରିଛନ୍ତି।