ଭାରତର ଦୁଗ୍ଧ ଏବଂ କୃଷି କ୍ଷେତ୍ରକୁ ସୁରକ୍ଷା ଦେବା ନୀତି ନୂଆ ନୁହେଁ। ପୂର୍ବରୁ ଆର୍ସିଇପି (RCEP) ବାଣିଜ୍ୟ ଚୁକ୍ତିରୁ ଭାରତ ବାହାରିଆସିଥିଲା, କାରଣ ସେଠାରେ ମଧ୍ୟ ଦୁଗ୍ଧ ଓ କୃଷି ପଦାର୍ଥରେ ବିଦେଶୀ ଆମଦାନୀ ବୃଦ୍ଧି ପାଇବାର ଆଶଙ୍କା ଥିଲା। ବିଶେଷକରି ନ୍ୟୁଜିଲ୍ୟାଣ୍ଡ ଭଳି ଦେଶରୁ ଶସ୍ତା ଦୁଗ୍ଧ ଉତ୍ପାଦ ଆସିଲେ ଭାରତର କୋଟିକୋଟି ଦୁଗ୍ଧ ଚାଷୀ ପ୍ରଭାବିତ ହେବେ ବୋଲି ସରକାର ମନେ କରିଥିଲେ।

ଭାରତ ଆଜି ବିଶ୍ୱର ସବୁଠୁ ବଡ଼ ଦୁଗ୍ଧ ଉତ୍ପାଦକ ଦେଶ ଭାବେ ପରିଚିତ। ଏଠାରେ ଦୁଗ୍ଧ ଶିଳ୍ପ ମାତ୍ର ଏକ ବ୍ୟବସାୟ ନୁହେଁ, ବରଂ ଗ୍ରାମୀଣ ଅର୍ଥନୀତିର ମୂଳ ଆଧାର। ସେହିକାରଣରୁ ଭାରତ ସରକାର ଆଗାମୀ ଦିନରେ ମଧ୍ୟ ଯେକୌଣସି ବାଣିଜ୍ୟ ଚୁକ୍ତିରେ କୃଷି ଓ ଦୁଗ୍ଧ କ୍ଷେତ୍ରକୁ “ରେଡ୍ ଲାଇନ୍” ଭାବେ ଧରି ରଖିବାର ସଂକେତ ଦେଇଛନ୍ତି।