ଲୋଡର ଓଲଟି ଅପରେଟର ମୃତ

ଯୋଡା ଇଷ୍ଟ ଲୌହ ଖଣିରେ ଖଣି ଉପରୁ ଖସି ପଡ଼ିଲା ଏକ ଲୋଡର । ଲୋଡର ଖସିପଡିବାରୁ ଅପରେଟର ଗୁରୁତର ଆହତ ହୋଇଥିଲେ । କମ୍ପାନୀ ରେ କାର୍ଯ୍ୟ କରୁଥିବା ଭେଣ୍ଡର ଇଣ୍ଟର୍ ଷ୍ଟେଟ ସିଣ୍ଡିକେଟ ନାମକ ଠିକା ସଂସ୍ଥା ର ଲୋଡର ଅପରେଟର୍ ଭାବେ କାର୍ଯ୍ୟ କରୁଥିଲେ ରାଜେଶ୍ ନାଏକ ନାମକ ଶୁକ୍ରବାର ରାତି ଡ୍ୟୁଟି କରିଥିଲେ । ତେବେ ତାଙ୍କୁ ସକାଳ ସମୟରେ ପୁନର୍ବାର କାମ କରିବା ପାଇଁ କୁହାଯାଇଥିଲା । ସେ ଅନିଦ୍ରା ଥିବାରୁ ଅନିଚ୍ଛା ପ୍ରକାଶ କରିବା ସତ୍ବେ ମଧ୍ୟ ତାଙ୍କୁ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଇଥିଲା । ତେବେ ସେ ମେସିନ ନେଇ ଯାଉଥିବା ବେଳେ ଖଣିର ଉପର ଟ୍ରେଂଚ ରୁ ତଳକୁ ଖସି ପଡିଥିଲା । ଫଳରେ ସେ ଗୁରୁତର ଆହତ ହୋଇ ଥିଲେ ।

ତାଙ୍କୁ ପ୍ରଥମେ ଯୋଡା ଟାଟା ଷ୍ଟିଲ ଡାକ୍ତରଖାନରେ ଭର୍ତ୍ତି କରିବା ପରେ ସେଠାରୁ ଯାମସେଦପୁର ଟାଟା ଷ୍ଟିଲ ହସ୍ପିଟାଲ କୁ ନିଆଯାଇଥିଲା । ତେବେ ଚିକିତ୍ସିତ ଅବସ୍ଥା ରେ ଗତକାଲି ତାକଂ ମୣତ୍ୟୁ ଘଟିଥିଲା । ଭେଣ୍ଡର ସଂସ୍ଥା ତାକଂ ମୣତଦେହ ଘରକୁ ପଠାଇବା ସହ ତାକଂ କିଛି କର୍ତୣପକ୍ଷ ମଧ୍ୟ ଗାଁ କୁ ଆସିଥିଲେ । ଏଠାରେ କ୍ଷତିପୂରଣ ଦାବୀ ରେ ପରିବାର ଲେlକ ମୣତଦେହ ଗ୍ରହଣ କରୁନଥିବା ବେଳେ ରାତିରେ ସାଗଂରେ ଆସିଥିବା କଂପାନୀ କତୣପକ୍ଷ ଫେରାର ହେଇଯାଇଛନ୍ତି । ତେବେ ଯୋଗା ଯୋଗ କରିଥିଲେ ହେଁ କୌଣସି ଉତ୍ତର ମିଳୁ ନାହିଁ । ଏହାକୁ ନେଇ ଗାଁ ରେ ଉତ୍ତେଜନା ଦେଖାଯାଇଛି । ଅନ୍ୟପଟେ ଦାବୀ ପୂରଣ ନ କଲେ ମୣତଦେହ କଂପାନୀ ବାହାରେ ରଖି ଧାରଣା ଦେବାକୁ ଜିଦ୍ ଧରିଛନ୍ତି ଘର ଲୋକ ।