ଲୋକସେବା ଭବନରେ ଅଗ୍ନିକାଣ୍ଡ

ଲୋକସେବା ଭବନରେ ଅଗ୍ନିକାଣ୍ଡ । ଲୋକସେବା ଭବନର ରାଜସ୍ୱ ବିଭାଗରେ ନିଆଁ ଲାଗିଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ସଠିକ୍‌ କାରଣ ଜଣାପଡି ନାହିଁ । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ହଠାତ୍‌ ଲୋକସେବା ଭବନର ରାଜସ୍ୱ ବିଭାଗରେ ନିଆଁ ଲାଗି ଯାଇଥିଲା। ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ତେବେ ରାଜସ୍ୱ ବିଭାଗରେ କେମିତି ଲାଗିଲା ନିଆଁ ? ସେନେଇ କିଛି କାରଣ ଜଣାପଡି ନାହିଁ । ତଦନ୍ତ ପରେ ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଇଛି ।

Leave a Reply

Your email address will not be published. Required fields are marked *