
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ଅପମାନ ପରେ ପଡୁଛି ଉଠୁଛି ପୁରା ଦେଶ | ରାଷ୍ଟ୍ରପତିଙ୍କୁ ଏଭଳି ଅସମ୍ମାନ କରି ମହା ଭୁଲ କରିଦେଇଛନ୍ତି ମମତା ବାନାର୍ଜୀ | ଯେଉଁଥିପାଇଁ ମମତାଙ୍କୁ ରାଜ୍ୟ ଠାରୁ ଦେଶ ସବୁ ଆଡେ ନିନ୍ଦା ଶୁଣିବାକୁ ପଡୁଛି | ଯାହାଙ୍କୁ ସାରା ଦେଶ ମାନୁଛି, ଯିଏ ଦେଶର ସର୍ବୋଚ୍ଚ ନାଗରିକ ତାଙ୍କୁ ଅପମାନିତ କରି ମମତା ଯେଉଁ ଭୁଲ କରିଛନ୍ତି ସେଥିପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡିବ | ନିଜ ରାଜ୍ୟରେ ନିଜ ସିଂହ ଭାବୁଥିବ ମମତା ଦିଦି ଏବେ କଣ କରିବେ ନିଜେ ଜାଣି ପାରୁ ନାହାନ୍ତି , ମୁହଁ ଫୁଟାଣି ମାରି ପ୍ରଟୋକଲ ଭାଙ୍ଗିବା ପରେ ନିଜ ରାଜ୍ୟରେ ଏବେ ମମତାଙ୍କୁ ଘେରିଛନ୍ତି ବିରୋଧୀ | ମମତାଙ୍କୁ ଲୋକେ ଛି ଛକରା କରିବା ସହ ଜଣେ ମୁଖ୍ୟମନ୍ତ୍ରୀ ଏତେ ବଡ଼ ଭୁଲ କେମିତି କରି ପାରିଲେ ବୋଲି ପ୍ରଶ୍ନ କରୁଛନ୍ତି |

ପଶ୍ଚିମବଙ୍ଗ ଗସ୍ତରେ ଥିବା ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ବଡ଼ ବିବାଦ ମୁଣ୍ଡ ଟେକିଛି। ୯ମ ଆନ୍ତର୍ଜାତୀୟ ସାନ୍ତାଳୀ ସମ୍ମିଳନୀ ଅବସରରେ ରାଷ୍ଟ୍ରପତିଙ୍କୁ ଉଚିତ ସମ୍ମାନ ଏବଂ ପ୍ରୋଟୋକଲ୍ ଦିଆଯାଇ ନଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିମ୍ବା ତାଙ୍କର କୌଣସି କ୍ୟାବିନେଟ୍ ମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବାକୁ ଉପସ୍ଥିତ ନଥିଲେ, ଯାହାକୁ ନେଇ ରାଷ୍ଟ୍ରପତି ନିଜେ କ୍ଷୋଭ ପ୍ରକାଶ କରିଛନ୍ତି। ସାନ୍ତାଳୀ ସମ୍ମିଳନୀ ପାଇଁ ପୂର୍ବରୁ ସ୍ଥିର ହୋଇଥିବା ଏକ ବଡ଼ ପଡ଼ିଆ ପରିବର୍ତ୍ତେ ଏକ ଛୋଟ ଏବଂ ସଙ୍କୁଚିତ ସ୍ଥାନକୁ ସଭା ସ୍ଥଳ ସ୍ଥାନାନ୍ତର କରାଯାଇଥିଲା, ଯେଉଁଥିପାଇଁ ହଜାର ହଜାର ଆଦିବାସୀ ଶ୍ରଦ୍ଧାଳୁ ରାଷ୍ଟ୍ରପତିଙ୍କୁ ଦେଖିବାରୁ ବଞ୍ଚିତ ହୋଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, “ମୁଁ ମଧ୍ୟ ବଙ୍ଗଳାର ଝିଅ ଏବଂ ମମତା ମୋର ସାନ ଭଉଣୀ ପରି। ମୁଁ ଜାଣିନି ସେ କାହିଁକି ରାଗିଛନ୍ତି କିମ୍ବା କାହିଁକି ଏଭଳି ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ “ଲଜ୍ଜାଜନକ ଏବଂ ଅଭୂତପୂର୍ବ” ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଟିଏମସି ସରକାର ସମସ୍ତ ସୀମା ଅତିକ୍ରମ କରିଛି ଏବଂ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ଦେଶର ଗଣତନ୍ତ୍ର ପାଇଁ ଏକ କଳା ଦିନ।

ଅପରପକ୍ଷରେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ମାଧ୍ୟମରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାର ଝିଅ ତଥା ଦେଶର ପ୍ରଥମ ନାଗରିକଙ୍କୁ ଏଭଳି ଅପମାନ କରି ମମତା ବାନାର୍ଜୀ ନିଜର ସଂକୀର୍ଣ୍ଣ ମାନସିକତାର ପରିଚୟ ଦେଇଛନ୍ତି। ଆଦିବାସୀ ସମ୍ପ୍ରଦାୟ ଏହାର ଉଚିତ ଜବାବ ଦେବ। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ଏହି ସମ୍ବିଧାନିକ ଅବମାନନା ପାଇଁ ମମତା ବାନାର୍ଜୀଙ୍କୁ ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ। ବିଜେପି ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ମମତାଙ୍କ ବିରୋଧରେ କଡ଼ା ର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ମାମଲାଟି ଆଗକୁ ଯାଇ ଆଇନଗତ ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି।