ରାଜ୍ୟର ସମସ୍ତ ବାର୍ ଆସୋସିଏସନରେ ନିର୍ବାଚନ: ଆଜି ସନ୍ଧ୍ୟାରେ ଜଣାପଡ଼ିବ ବିଜୟୀ ପ୍ରାର୍ଥୀଙ୍କ ନାମ

ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ ସମେତ ରାଜ୍ୟର ସମସ୍ତ ବାର୍ ଆସୋସିଏସନରେ ଆଜି ମତଦାନ ପ୍ରକ୍ରିୟା ଜାରି ରହିଛି। ଗଣତାନ୍ତ୍ରିକ ପଦ୍ଧତିରେ ନିଜର ପ୍ରତିନିଧି ବାଛିବା ପାଇଁ ଆଇନଜୀବୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏଥର ମଧ୍ୟ ‘ୱାନ ବାର୍, ୱାନ ଭୋଟ୍’ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି।

ହାଇକୋର୍ଟ ବାର୍ ଆସୋସିଏସନର ପ୍ରାୟ ୫ ହଜାର ସଦସ୍ୟ ସଭାପତି, ସମ୍ପାଦକ, ଉପ-ସଭାପତି ଓ କୋଷାଧ୍ୟକ୍ଷଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ନିଜର ମତ ସାବ୍ୟସ୍ତ କରୁଛନ୍ତି। ସମସ୍ତ ବାର୍ ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ସ୍ୱଚ୍ଛତା ଓ ନିରପେକ୍ଷତା ସହିତ ନିର୍ବାଚନ ପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ନିର୍ବାଚନ କମିଟି ନଜର ରଖିଛନ୍ତି। ବିଭିନ୍ନ ବାର୍‌ରେ ଅଫିସ୍ ବିଅରର୍ ପଦବୀ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି।