ରାଇରଙ୍ଗପୁର ରେ ବିଜେଡି ତରଫରୁ ବିଜୁବାବୁଙ୍କ ୧୧୦ ତମ ଜୟନ୍ତୀ ପାଳିତ

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଦୁର୍ଗାମଣ୍ଡପ ଛକରେ ବିଜେଡି ତରଫରୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ରାଇରଙ୍ଗପୁର ସହରସ୍ଥ ଦୁର୍ଗାମଣ୍ଡପ ଛକରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ଯକ୍ରମରେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ଜିଲ୍ଲା କାର୍ଯ୍ଯକାରୀ ସଭାପତି ରାଇସେନ ମୁର୍ମୁ,୨୬ ନଂ ଜୋନ ଜିଲ୍ଲା ପରିଷଦ ସଭ୍ଯ ଭଗବତୀ ମିଶ୍ର, ଉପାଧ୍ଯକ୍ଷା ମମିତା ଚୌଧୂରୀ, ରାଜ୍ଯ ପରିଷଦ ସଦସ୍ଯ ସୁଶାନ୍ତ ଚୌଧୂରୀ, ତିରିଂ ବ୍ଲକ ଅଧ୍ଯକ୍ଷ ପରମେଶ୍ବର ସାମାଡ,୧୬ ନଂ ଜିଲ୍ଲା ପରିଷଦ ସଭ୍ଯ ବାବଲୁ ଟୁଡୁ, ଜିଲ୍ଲା ଉପସଭାପତି ସୁବାଷ ମଣ୍ଡଳ, ପୂର୍ବତନ ଉପଦେଷ୍ଟା ଦୀପ୍ତିମାନ ବଳ, ସମାଜସେବୀ ପାର୍ବତୀ ବିରୁଆ, ମଟକା ବିରୁଆ, ବହଳଦା ବ୍ଲକ ଅଧ୍ଯକ୍ଷ ହରେକୁଷ୍ଣ ମଣ୍ଡଳ, ଯୁବନେତା ସାଜିଦ ହୁସେନ, କ୍ରିଷ୍ଣା ଶର୍ମା, ଗତିକୁଷ୍ଣ ମହାନ୍ତ, ଓ୍ବାର୍ଡମେମ୍ବର ସୁଶାନ୍ତ ମହାନ୍ତ, ଶୁକଦେବ ବେହେରା, ସୁଶାନ୍ତ ମହାନ୍ତ, ଆରତୀ ମାର୍ଣ୍ଡି, ପୂର୍ଣ୍ଣିମା ମହାନ୍ତ, ସୂର୍ଯ୍ଯମଣି ହାଁସଦାଃ, ବିଜୁ ମହିଳା ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ ପୂର୍ଣ୍ଣିମା ମହାନ୍ତି, ମହିଳା ମୋର୍ଚ୍ଚା ରୁବି ମହାକୁଡ ତଥା ଅନ୍ଯମାନେ ଯୋଗ ଦେଇଥିଲେ l

ଏହାପରେ ସ୍ଥାନୀୟ ପିସିଏମ କଲ୍ଯାଣ ମଣ୍ଡପ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା l ଏଥିରେ ନେତୁମଣ୍ଡଳୀୟ ଲୋକେ ଦଳକୁ କିଭଳି ଶକ୍ତିଶାଳୀ ଓ ସୁଦୁଢ କରାଯାଇପାରିବ , ଏଥିପାଇଁ ସୁଚିନ୍ତିତ ବକ୍ତବ୍ଯ ଦେବା ସହିତ ଆଗାମୀ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ଦଳକୁ ଜୟଯୁକ୍ତ କରିବା ପାଇଁ ବଜ୍ରଶପଥ ନେଇଥିଲେ l ଉକ୍ତ ଅବସରରେ ଜିଲ୍ଲା କାର୍ଯ୍ଯକାରୀ ସଭାପତି ରାଇସେନ ମୁର୍ମୁ, ଜିଲ୍ଲା ଉପସଭାପତି ସ୍ବରୂପ ବେହେରା, ସୁବାଷ ମଣ୍ଡଳ, ଜିଲ୍ଲା ସାଧାରଣ ସମ୍ପାଦକ ଉତ୍ତମ ମହାପାତ୍ର, ନବୀନ କିଶୋର ମହାନ୍ତ, ପଙ୍କଜ ଦାସ, ପଙ୍କଜ ରାଉତ, ସଚ୍ଚିନ୍ଦ୍ରନାଥ ମହାନ୍ତ, ଜିଲ୍ଲା ସମ୍ପାଦକ କ୍ଷୀରୋଦ ସି, ଚିତରଂଜନ ମହାନ୍ତ, ରବିନ୍ଦ୍ରନାଥ ମାର୍ଣ୍ଡି, ନାରାୟଣ ମହାନ୍ତି, ଫୁଲସାଇ ଡମାନ ମାର୍ଣ୍ଡି, ସୁଧୀର ସାଓ ଓ ଅନୁପ କୁମାର ମହାନ୍ତିଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ଭନ୍ଧିତ କରାଯାଇଥିଲା l ଉକ୍ତ ସଭାରେ ଜିଲ୍ଲା କାର୍ଯ୍ଯକାରୀ ସଭାପତି ରାଇସେନ ମୁର୍ମୁ, ଉପାଧ୍ଯକ୍ଷା ମମିତା ଚୌଧୂରୀ, ରାଜ୍ଯ ପରିଷଦ ସଦସ୍ଯ ସୁଶାନ୍ତ ଚୌଧୂରୀ, ପୂର୍ବତନ ଉପଦେଷ୍ଟା ଦୀପ୍ତିମାନ ବଳ, ଜିଲ୍ଲା ପରିଷଦ ସଭ୍ଯ ବାବଲୁ ଟୁଡୁ, ବହଳଦା ବ୍ଲକ ଅଧ୍ଯକ୍ଷ ହରେକୁଷ୍ଣ ମଣ୍ଡଳ ଓ ବରିଷ୍ଠ ନେତା ବୁଷ୍ଟିବିଡଜା ମଣ୍ଡଳ ବିଜୁ ଜନତା ଦଳ ଉପରେ ସାରଗର୍ଭକ ବକ୍ତବ୍ଯ ପ୍ରଦାନ କରିଥିଲେ l ଏହି ଭବ୍ଯ ସଭା କୁ ଯୁବ ନେତା ସାଜିଦ ହୁସେନ ପରିଚାଳନା କରିଥିଲା ବେଳେ ଜିଲ୍ଲା ଉପସଭାପତି ସୁବାଷ ମଣ୍ଡଳ ଧନ୍ଯବାଦ ଅର୍ପଣ କରିଥିଲେ ।