
ଜନ୍ମିତ ସନ୍ତାନ ସହ ରୋଗୀଣା ପତ୍ନୀଙ୍କୁ କ୍ରୋଧ ଜର୍ଜରିତ ସହ ରକ୍ତ ମୁଖ। ପାଲୋଟି ବର୍ବ ରୋଚିତ କାଣ୍ଡ ଘଟାଇ (ଟାଙ୍ଗିଆରେ ହାଣି) ନିଜେ ଫେରାର୍ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଦେଖା ଦେଇଛି ଉତ୍ତର ଭୋଗରାଇ ଖରିଦ ପିପଳ ପଞ୍ଚାୟତ ଅନ୍ତର୍ଗତ ଦହମୁଣ୍ଡା ଗାଁରେ ।
ସୂଚନା ଅନୁସାରେ, ଏହିକି ଦହମୁଣ୍ଡା ଗ୍ରାମର ପଲ୍ଟୁ ଜେନା ନିଜ ପତ୍ନୀ ସହ ଆର୍ଥିକ ଦୁଃସ୍ଥିତି ନେଇ ଘରୋଇ ମନାନ୍ତରକୁ ନେଇ ରକ୍ତମୁଖା ପାଲଟିଥିବାର ଜଣାପଡ଼ିଛି । ଗତକାଲି ରାତ୍ରିରେ କ୍ରୋଧାନ୍ୱିତ ହୋଇ ଅଜ୍ଞାତ ଦୁଇ ସନ୍ତାନ ସହ ପତ୍ନୀଙ୍କୁ ଏକ ଧାରୁଆ ଟାଙ୍ଗିଆରେ ହାଣି ରକ୍ତାକ୍ତ କରିଛି । ତତ୍ସହ ଛୋଟ ସନ୍ତାନଟିକୁ କଚାଡ଼ି ମାରିବା ପ୍ରୟାସ କରିଛି । ଧାରୁଆ ଟାଙ୍ଗିଆ ଟିକୁ ପ୍ରତିବେଶୀମାନେ ଘରର ଅନତି ଦୂରରେ ପଡ଼ିଥିବାର ଦେଖି ଉଦ୍ଧାର କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଜାଣି ପ୍ରତିବେଶୀସହ ଅଭିଯୁକ୍ତଙ୍କ ବାପା ମାଆ କୌଶଳ କ୍ରମେ ଆହତ ମାନଙ୍କୁ ନରହନ୍ତା ଠାରୁ ଉଦ୍ଧାର କରି ପ୍ରଥମେ କମର୍ଦ୍ଦା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ମାତ୍ର ଅବସ୍ଥା ଅଣାୟତ୍ତ ହେବାରୁ ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆହତ ମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନା ନେବା ନେଇ ଖବର ମିଳିଛି । ମାତ୍ର ନରହନ୍ତା ପଲ୍ଟୁଜେନା ଏଭଳି ଅମାନବୀୟ କାର୍ଯ୍ୟକରି ଘଟଣା ସ୍ଥଳରୁ ଚମ୍ପଟ ମାରି, ଫେରାର ହୋଇଛି । ଘଟଣା ସ୍ଥଳରୁ କୌଣସୀ ସୂତ୍ରରୁ ଜଣା ପଡିଛି କି ଅଭିଯୁକ୍ତଙ୍କ ପତ୍ନୀ ଦୀର୍ଘଦିନୁ ମେରୁଦଣ୍ଡ କ୍ଷତ ଜନିତ ପୀଡ଼ିତ ଥାଇ ପ୍ରାୟତଃ ଅକ୍ଷମ ପାଲୋଟିଅଛନ୍ତି । ଏଣୁ ପତ୍ନୀଙ୍କ ଚିକିତ୍ସା ଜନିତ ବହୁ ଅର୍ଥ ଆବଶ୍ୟକତା ପୁରଣ କରିବା ପଲ୍ଟୁ ପକ୍ଷେ ଅସମ୍ଭବ ହୋଇ ପଡ଼ିଛି, ଏ ନେଇ ପରିବାର ସହ ସଦସର୍ବଦା କଳିତକରାଳ ହେବା ସହ ଦୀର୍ଘ ଦିନୁ ମାନସିକ ଚାପଗ୍ରସ୍ତ ଥାଇ ଏଭଳି ଘଟଣା ଭିଆଇବା ନେଇ ପଡ଼ୋଶୀଙ୍କ ଠlରୁ ଆପାତତଃ ସୂଚନା ମିଳିଛି । ଏପରିକି ଅଭିଯୁକ୍ତ ଜଣକ ଙ୍କର କୌଣସି ମନ୍ଦ ଅଭ୍ୟାସ ନଥିବା ସହ ସାଧାରଣ ଜୀବନ ଯାପନ କରିଥିବା ମଧ୍ୟ ଶୁଣାଯାଉଛି ।
ଏଥି ସହ ଅଭିଯୁକ୍ତ ଏଭଳି ଅମାନବୀୟ ଘଟଣା ଘଟାଇ ଫେରାର୍ ହୋଇ ନିଜେ ଜୀବନ ହାରିଛି କି ନାହିଁ ସମସ୍ତେ ସନ୍ଦେହ ଘେରରେ ଅଛନ୍ତି । କମର୍ଦ୍ଦା ପୋଲିସ ଘଟଣା ଜାଣି ଅଭିଯୁକ୍ତ ଙ୍କ ଘରେ ପହଞ୍ଚି ତଦନ୍ତ ଜାରୀ ରଖିଛି । ହାଣି ଥିବା ସନ୍ତାନ ଦୁଇଜଣଙ୍କ ବୟସ ଜଣେ ୮ ବର୍ଷର ଏବଂ ଅନ୍ୟଜଣେ ୬ ବର୍ଷ ର ଅଟନ୍ତି । ଅଭିଯୁକ୍ତଙ୍କ ମାଆ ଆହତଙ୍କ ସହ କଟକ ଯାଇଥିବା ବେଳେ ବାପା ଘରେ ଅଛନ୍ତି ।