ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାରାଦ୍ଵୀପ ଥାନା ପାଖ ସନ୍ତୋଷୀ ଲଜର ଛାତ ଉପରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି |ଯୁବକଙ୍କର ନାମ ସୁମନ କୋନର ଓ ତାଙ୍କ ଘର କଲିକତାରେ ବୋଲି ସୂଚନା ମିଳିଛି | ସେ ଗତ ତିନି ତାରିଖରୁ ଏକ କମ୍ପାନୀରେ କିଛି କାର୍ଯ୍ୟ କରିବା ପାଇଁ ଆସି ଏହି ଲଜରେ ରହୁଥିଲେ | ଗତକାଲି ବିଳମ୍ବିତ ରାତିରେ ଲଜର ଛାତ ଉପରେ ଥିବା ଏକ ପାଇପରେ ତାଙ୍କୁ କେହି ହତ୍ୟାକରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି |

ତାଙ୍କ ଦୁଇ ଆଣ୍ଠୁ ଛାତରେ ଲାଗିଥିବା ବେଳେ ତାଙ୍କ ବେକରେ ପଡିଥିବା ଫାସ ମଧ୍ଯ ଢ଼ିଲା ରହିଛି | ତେବେ ତାଙ୍କ ସହିତ ସେହି ରୁମରେ ରହୁଥିବା ଅନ୍ୟ ଦୁଇଜଣଙ୍କୁ ଅଟକ ରଖିବା ସହିତ ପାରାଦ୍ଵୀପ ଆଦର୍ଶ ଥାନା ପକ୍ଷରୁ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି | ଏଥିସହିତ ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଜବତ କରାଯାଇଛି |

Leave a Reply

Your email address will not be published. Required fields are marked *