ଯାଜପୁରରେ ବଡି ବିଲଡିଂ ଓ ଫିଟନେସ ପ୍ରତିଯୋଗିତା ଅନୁଷ୍ଠିତ

ଯାଜପୁର ରୋଡ ସଂସ୍କୃତି ଭବନ ପରିସରରେ ଓଡିଶା ବଡି ବିଲଡିଂ ଓ ଫିଟନେସ ପ୍ରତିଯୋଗିତା ତଥା ଲାଇଫ ଲୁମ କ୍ଲାସିକ 2025 ଅନୁଷ୍ଠିତ ହୋଇଯାଇଅଛି ।

ଲାଇଫ ଲୁମ ଫିଟନେସ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୀପକ ବାରିକ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ କୁଶ ଚନ୍ଦ୍ର ପ୍ରଧାନ, ଯାଜପୁର ରୋଡ ଅଗ୍ନିଶମ ଅଧିକାରୀ ତାପସ ମନ୍ତ୍ରୀ, ଅନ୍ତର୍ଜାତୀୟ କ୍ରୀଡ଼ାବିତ ବଜ୍ରବାହୁ ସୀମାନ୍ତ କେଶରୀ ସାମଲ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଏଥି ସହିତ ଜୀବନରେ ନିରୋଗ ଓ ସୁସ୍ଥ ଜୀବନ ଯାପନ କରିବାକୁ ହେଲେ କିଛିଟା ଶାରୀରିକ ପରିଶ୍ରମ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ଅତିଥି ମାନେ ପରାମର୍ଶ ଦେଇଥିଲେ । ଏଭଳି ଏକ ସ୍ୱାସ୍ଥ୍ୟ-ଭିତ୍ତିକ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଲାଇଫ ଲୁମ ଜିମ ସେଣ୍ଟରର ମାଲିକ ଦୀପକ ବାରିକ ଆୟୋଜନ କରିଥିବାରୁ ଅତିଥିମାନେ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ପ୍ରଶଂସା କରିଥିଲେ ।

ବଡି ବିଲଡରମାନେ ବିଭିନ୍ନ ପ୍ରତିଯୋଗିତାରେ ସେମାନଙ୍କର ସୁଗଠିତ ଶରୀର ଓ ବ୍ୟାୟାମ କୌଶଳ ପ୍ରଦର୍ଶିତ କରିବାପରେ, କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ବଡି ବିଲଡରମାନେ ମାନେ ଯୋଗଦେଇଥିଲେ ।