ଯାଜପୁର ବିଜେପିର ନୂତନ ଜିଲ୍ଲା ସଭାପତି ଭାବେ ଦେବଜାନୀ ପ୍ରଧାନ ସମ୍ବର୍ଦ୍ଧିତ

ଯାଜପୁରର ନୂତନ ଜିଲ୍ଲା ସଭାପତି ଶ୍ରୀମତି ଦେବଜାନୀ ପ୍ରଧାନଙ୍କ ଲାଗି ଅନୁଷ୍ଠିତ ହୋଇଛି ସମ୍ବର୍ଦ୍ଧନା ସଭା | ଯାଜପୁର କୁଆଖିଆ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଛି |

ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁରର ସାଂସଦ ରବି ନାରାୟଣ ବେହେରା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ,ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ,ବଡ଼ଚଣା ବିଧାୟକ ଅମର ନାୟକ ପ୍ରମୁଖ ଯୋଗ ଦେଇଥିଲେ |

କୋରେଇ ବିଧାୟକ ଆକାଶ ଦାସ ନାୟକ,ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ,ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି,ବରୀର ଯୁବନେତା ଉମେଶ ଜେନା, ବିଞ୍ଝାରପୁର ନେତ୍ରୀ ବବିତା ମଲିକ ଓ ବିଜେପିର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |

ପ୍ରତି ୬ ବର୍ଷରେ ଥରେ ନୂତନ ଜିଲ୍ଲା ସଭାପତି ଚୟନ କରାଯାଏ | ଏଥର ଜିଲ୍ଲା ସଭାପତି ଭାବେ ଶ୍ରୀମତି ଦେବଜାନୀ ପ୍ରଧାନଙ୍କୁ ଚୟନ କରାଯାଇଛି | ତାଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ଏହି ଭବ୍ଯ ଉତ୍ସବ କରାଯାଇଛି |

ଏହି କ୍ରମରେ ଯାଜପୁର ଜିଲ୍ଲାର ପ୍ରଗତି ଓ ସମୃଦ୍ଧି ଦିଗରେ ଆଗେଇ ନେବାର ତାଙ୍କର ଅପାର ସଫଳତା କାମନା କରୁଛି ବୋଲି ଯାଜପୁରର ସାଂସଦ ରବି ନାରାୟଣ ବେହେରା କହିଛନ୍ତି |