
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପ କାରାଗାର ରେ ଆଜି ଗୋଟିଏ ଗଛ ମା ଙ୍କ ନାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଅତିରିକ୍ତ ଜିଲ୍ଳା ଦୈରା ଜର୍ଜ ଡକ୍ଟର ଭି.ସୁଜାତା ଙ୍କ ତତ୍ବାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ଏଥିରେ ମାନଗନ ବ୍ୟକ୍ତି ଙ୍କ ଉପସ୍ଥିତିରେ ଲେମ୍ବୁ, ଡାଳିମ୍ବ, ଆମ୍ବ , ଅଁଳା ,ବଉଳ ଓ ବିଭିନ୍ନ ଗଛ କୁ ଆଜି ରାଇରଙ୍ଗପୁର ଉପ କାରାଗାର ପରିସର ରେ ବୃକ୍ଷ ରୋପଣ କରାଯାଇଥିଲା।

ଏଥିରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବ ପ୍ରସାଦ ରାଉତ,ରାଇରଙ୍ଗପୁର ରେଞ୍ଜର ଜତିରଞ୍ଜନ ସେନାପତି, ସରକାରୀ ଆଇନଜୀବୀ ପଙ୍କଜ ଦାସ , ଆଇନଜୀବୀ ନନ୍ଦରାଣୀ ହେମ୍ବ୍ରମ , ଉପସ୍ଥିତ ରାଇରଙ୍ଗପୁର ଜର୍ଜ ମାନ ଙ୍କ ଉପସ୍ଥିତିରେ ରାଇରଙ୍ଗପୁର ଉପ କାରାଗାର ରେ ସମସ୍ତ ମିଶି ଗୋଟାଏ ଲେଖାଏଁ ଗଛ ଲଗାଇଥିଲେ। ମଣିଷ ଜୀବନ କାଳରେ ଗୋଟାଏ ଲେଖାଏଁ ଗଛ ଲଗାଇବା ଓ ଏହାର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ। ଏହାଦ୍ବାରା ପରିବେଶ ପ୍ରଦୂଷଣ ମୁକ୍ତ ହେବ ଓ ସମସ୍ତଙ୍କ ମଙ୍ଗଳ ହେବ ବୋଲି କହିଛନ୍ତି ରାଇରଙ୍ଗପୁର ଜେଲର ଅଞ୍ଜନ କୁମାର୍ ପଣ୍ଡା।