ମୋ ଘର ଭାଙ୍ଗିଥିବାଲୋକମାନଙ୍କୁ ,ଆଜି ମହାରାଷ୍ଟ୍ର ସେମାନଙ୍କୁ ଛାଡି ଦେଇଛି : କଙ୍ଗନା

ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ଏକତରଫା ମ୍ୟୁନିସିପାଲ କର୍ପୋରେସନ (BMC) ନିର୍ବାଚନରେ ବିଜେପିର ଐତିହାସିକ ବିଜୟକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି, ଯେଉଁମାନେ ମୋତେ ଗାଳି ଦେଇଥିଲେ, ମୋ ଘର ଭାଙ୍ଗି ଦେଇଥିଲେ ଏବଂ ତାହା ସହ ମୋତେ ମହାରାଷ୍ଟ୍ର ଛାଡିବାକୁ ଧମକ ଦେଇଥିଲେ, ଆଜି ମହାରାଷ୍ଟ୍ର ସେମାନଙ୍କୁ ଛାଡି ଦେଇଛି | ଏହା ଲୋକମାନଙ୍କ ଦ୍ୱାରା ଦିଆଯାଇଥିବା ସଠିକ ଜବାବ।

ଗଣମାଧ୍ୟମ ସହ ଆଲୋଚନାରେ କଙ୍ଗନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ଅଭିନନ୍ଦନ ଜଣାଇଥିଲେ| ମହାରାଷ୍ଟ୍ରର ସମସ୍ତ ବିଜେପି ନେତୃତ୍ୱ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ଏହି ବିଶାଳ ବିଜୟ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି | କଙ୍ଗନା କହିଛନ୍ତି, ଏହା ତାଙ୍କ ପାଇଁ ନ୍ୟାୟ ପାଇବାର ଜରିଆ |

୨୦୨୦ ମସିହାରେ ଶିବସେନା କ୍ଷମତାରେ ଥିବା ସମୟରେ କଙ୍ଗନାଙ୍କ ମୁମ୍ବାଇ ବଙ୍ଗଳା ସହିତ କାର୍ଯ୍ୟାଳୟକୁ BMC ପକ୍ଷରୁ ଭାଙ୍ଗି ଦିଆଯାଇଥିଲା| ଏହି ମାମଲା ବମ୍ବେ ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲା| ବର୍ତ୍ତମାନ BMCରୁ ଶିବସେନାର କ୍ଷମତା ହଟିଥିବାରୁ କଙ୍ଗନା ଏହାକୁ ଉଚିତ ଜବାବ ମିଳିଛି ବୋଲି କହିଛନ୍ତି | ଆହୁରି ମଧ୍ୟ କହିଛନ୍ତି ସେ , ମୁଁ ଖୁସି ଯେ ଜନସାଧାରଣ ମହିଳା ବିରୋଧୀ, ଗୁଣ୍ଡାଗିରି ଓ ପରିବାରବାଦ ମାଫିଆଙ୍କୁ ସେମାନଙ୍କର ଠିକ ସ୍ଥାନ ଦେଖାଇଛନ୍ତି |

ବର୍ତ୍ତମାନ ମୁମ୍ବାଇର ୨୨୭ଟି ୱାର୍ଡ ମଧ୍ୟରୁ ବିଜେପି ସବୁଠୁ ଅଧିକ ଆସନରେ ଆଗରେ ରହିଥିବା ବେଳେ, ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ପଛରେ ରହିଛି | ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାକୁ ଲୋକମାନେ ପସନ୍ଦ କରୁନାହାନ୍ତି ବୋଲି ସେ ଦାବି କରିଛନ୍ତି | ଏହି ବିଜୟ କେବଳ ଏକ ଦଳର ନୁହେଁ, ବରଂ ଲୋକତନ୍ତ୍ରରେ ଜନମତର ଶକ୍ତିର ପ୍ରମାଣ ବୋଲି କହିଛନ୍ତି |