
ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ନିଷ୍ପତ୍ତିକୁ ନେଇ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ଆହୁରି ଯୋର ଧରିଛି । ବିରୋଧିରେ ନୁହେଁ ଏବେ ଖୋଦ ସରକାରି ଦଳରେବି ବିରୋଧର ଗନ୍ଧ ବାରି ହୋଇପଡୁଛି । ମେଟ୍ରୋ ପ୍ରସଙ୍ଗରେ ଭୁବନେଶ୍ୱରର ସାଂସଦ ଅପରାଜିତା ସଡଙ୍ଗୀ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ବିସ୍ତୃତ ଚିଠି ଲେଖି ରାଜ୍ୟ କ୍ୟାବିନେଟ୍ର ଏପ୍ରିଲ ୪ ତାରିଖର ନିଷ୍ପତ୍ତିକୁ ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି । ଯଦିଓ ନିକଟ କିଛିଦିନ ହେବ ଅପରାଜିତା ନିଜ ଦଳରେ ନିଜର କଥା ରଖିବା ପାଇଁ ବା ପହଁଞ୍ଚାଇବାକୁ ଆଜିକାଲି ବେସି ଚିଠି ଲେଖିବା ଆରମ୍ଭ କରିଛନ୍ତି । ସେ ସାଂସଦ ଫଣ୍ଡରୁ ଖୋର୍ଦ୍ଦାଅଞ୍ଚଳରେ ଖର୍ଚ୍ଚକରିଥିବା ଅଥ ହେଉ କି ଭୁବନେଶ୍ବରରେ ମେଟ୍ରୋ ପ୍ରସଙ୍ଗ ହେଉ । ଯେତେବେଳେ ମେଟ୍ରୋ କାର୍ଯ୍ୟ ଆରମ୍ଭ ହେବା ନେଇ ଚର୍ଚ୍ଚ ଯୋର ଧରିଥଲା ସେହିସମୟରେ ଭୁବନେଶ୍ବରରେ ସାଂସଦ ଅପରାଜିତା ମଧ୍ୟ ଖୁବ ଫିଲଡରେ ବେସ୍ ଆକ୍ଟିଭ୍ ରହିଥିବା ଦେଖିବାକୁ ମିଳିଥିଲା ।

ସାଂସଦଙ୍କ ମତାନୁସାରେ, ଭୁବନେଶ୍ବରରେ ଜନସଂଖ୍ୟା ବୃଦ୍ଧି ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ମେଟ୍ରୋ ରେଳ ପ୍ରକଳ୍ପ ଏକ ଅପରିହାର୍ଯ୍ୟ ଆବଶ୍ୟକତା ରହିଛି।ଅପରାଜିତା ଆହୁରି ମଧ୍ୟ କହିଛନ୍ତି । ଏହି ପ୍ରକଳ୍ପରେ କଟକ ଓ କୋଣାର୍କ ଅଞ୍ଚଳକୁ ମିଶାଇ ଏକ ବଡ଼ ଉର୍ବନ୍ ମେଟ୍ରୋପଲିଟନ୍ କରିଡୋର ତିଆରି ହେବାର ସମ୍ଭାବନା ରହିଛି । ଏହା ମୋଟ ଜନସଂଖ୍ୟା ମାନଦଣ୍ଡ ପୂରଣ କରି ମେଟ୍ରୋ ପାଇଁ ଆବଶ୍ୟକ ଭିତ୍ତି ତିଆରି କରୁଛି । ଯଦି ପ୍ରକଳ୍ପ ସ୍ଥଗିତ ହୁଏ ଭବିଷ୍ୟତରେ ନିର୍ମାଣ ଖର୍ଚ୍ଚ ୨ ରୁ ୪ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏବେ ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ପ୍ରାୟ ୨୭୪ କୋଟି ଟଙ୍କା ବ୍ୟୟ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଶଣ କରିଛନ୍ତି ସାଂସଦ ।

ପ୍ରକଳ୍ପଟି ସ୍ଥଗିତ ହେଲେ ଭବିଷ୍ୟତରେ ଏହାର ନିର୍ମାଣ ଖର୍ଚ୍ଚ ୨ ରୁ ୪ ଗୁଣ ବୃଦ୍ଧି ପାଇପାରେ ବୋଲି ସେ ସତର୍କ କରାଇଛନ୍ତି । ଏହି ପ୍ରକଳ୍ପ ପର୍ଯ୍ୟଟନର ବିକାଶ ଓ ନିବେଶକୁ ଆକୃଷ୍ଟ କରିବାରେ ସହାୟକ ହେବ। ସେଥିପାଇଁ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଅନୁଦାନ ଯୋଗାଡ଼ କରିବାରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିଷ୍ପତ୍ତି ପ୍ରତ୍ୟାହାର କରି ମେଟ୍ରୋ କାର୍ଯ୍ୟ ଆଗକୁ ବଢ଼ାଇବାକୁ ସେ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି ।