ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ମହାରାଜଙ୍କ ତତ୍ବାବଧାନରେ ତୋଟାପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଲମ୍ବୋଦର ସାହୁଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା |
ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବିଜୟ କୁମାର ନାୟକଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୋଦ କୁମାର କର, ବ୍ରହ୍ମାନନ୍ଦ ନାୟକ, ଅନନ୍ତ ପ୍ରସାଦ ସ୍ବାଇଁ, ପ୍ରଦୀପ ଜେନା, ବବିତା ନାୟକ, ପଦ୍ମନାଭ ଉପାଦେୟ, ପ୍ରଭାବତି ବେହେରା, କାଞ୍ଚନ ମହାଳିକ, ଅର୍ଜୁନ ପାତ୍ର, ବିଜୟ କୁମାର ନାଏକ, ଦାରାସିଂ ନାଏକ, ଯୟନ୍ତି ଲତା ଦାସ, ପ୍ରତିମା ମହାନ୍ତି, କୁନି ଲତା ମହାପାତ୍ର ଓ ଅନ୍ୟ ସହକାରୀ ଶିକ୍ଷକ ମାନେ ଉପସ୍ଥିତ ରହି ନିପୁଣ ଓଡ଼ିଶା ମେଳାଟିକୁ ଆଗକୁ ନେଇଥିବା ଦେଖିବାକୁ ମିଳିଛି |
ଛାତ୍ରଛାତ୍ରୀମାନଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହେଉଛି ସରକାରଙ୍କ ନିପୁଣ ଓଡ଼ିଶା ମେଳାର ମୁଖ୍ୟ ଲକ୍ଷ୍ୟ ବୋଲି ତୋଟାପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରର ସିଆରସିସି ଲମ୍ବୋଦର ସାହୁ ମତପ୍ରକାଶ କରିଛନ୍ତି |