
ପ୍ରଶଂସକମାନଙ୍କୁ ଖୁସି ଖବର ଦେଲେ ଜିନା ଓ ରୁଦ୍ର। ମତୃତ୍ୟୋ ଲାଭ କଲେ ଓଡ଼ିଆ ଅଭିନେତ୍ରୀ ଜିନା ସାମଲ । ଅଭିନେତା ରୁଦ୍ର ପାଣିଗ୍ରାହୀ ଏବଂ ଜିନା ସାମଲ ହେଲେ ମାତା ପିତା। ଉଭୟ ଦମ୍ପତି ପିତାମାତା ହୋଇଛନ୍ତି । ଜିନା ସାମଲ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ସେ ଏହି ଖୁସି ଖବର ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି । ଉଭୟ ପ୍ରଥମ ଥର ପାଇଁ ପିତାମାତା ହୋଇଛନ୍ତି । ଏହି ଖବର ଆସିବା ମାତ୍ରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି ।

ଜିନା ଓ ରୁଦ୍ର ରବିବାରରେ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ଲେଖାଅଛି ‘ଆମେ ଏକ କନ୍ୟା ସନ୍ତାନର ପିତାମାତା ହୋଇଛୁ ।’ ଏଥିରେ କ୍ୟାପସନରେ ହାର୍ଟ ଇମୋଜି ଦେଇଛନ୍ତି । ଏହି ପୋଷ୍ଟ ସେୟାର ହେବା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତ୍ରୀ ତମନ୍ନା, ଝିଲ୍ଲିକ ଭଟ୍ଟାଚାର୍ଯ୍ୟ, ଲିପସା ମିଶ୍ର, ଅଭିନେତା ଶୁଭାଶିଷ ଶର୍ମା, ରୋଜେଶ ଓ ଦୀପକ ସମେତ ଫ୍ୟାନ୍ସ ଶୁଭକାମନା ଜଣାଇଛନ୍ତି ।

ଜିନା ସାମଲ ଓ ରୁଦ୍ର ପାଣିଗ୍ରାହୀ ୨୦୧୭ ରେ ବିବାହ କରିଥିଲେ । ଏକ ଟିଭି ଶୋ’ ରୁ ଜିନା ନିଜର ଜୀବନସାଥୀ ବାଛିଥିଲେ । ଯେଉଁଥିରେ ଅନେକ ପ୍ରତିଯୋଗୀ ସାମିଲ ହୋଇଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଯେଉଁ ପିଲା ଚୟନ ହେବେ ଜିନା ତାଙ୍କୁ ଜୀବନସାଥୀ କରିବେ ବୋଲି ସ୍ଥିର ଥିଲା । ଏହି ଶୋ’ରେ ରୁଦ୍ର ପାଣିଗ୍ରାହୀ ସାମିଲ ହୋଇଥିଲେ । ସେ ସମସ୍ତଙ୍କ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ହୋଇଥିଲେ । ଯାହା ପରେ ଜିନା ରୁଦ୍ରଙ୍କୁ ବିବାହ କରିଥିଲେ । ତେବେ ବିବାହର ୮ ବର୍ଷ ପରେ ପ୍ରଥମ ଥର ପାଇଁ ପିତାମାତା ହୋଇଛନ୍ତି ।

ଜିନା ଓଡ଼ିଆ ଆଲବମ ଜରିଆରେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଜିନା ‘ବାଟୋଇରେ ବାଟୋଇ’, ‘ସେଇ ବର୍ଷାରେ’ ଓ ‘ସଞ୍ଜ ନଇଁଗଲେ’ ଭଳି ଆଲବମରେ କାମ କରିଥିଲେ । ଏହା ପରେ ସେ ୨୦୦୭ ମସିହାରେ ‘ଫେରିଆ ମୋ ସୁନା ଭଉଣୀ’ ସହ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ ।