ମସଜିଦ ଭିତରେ ‘ଜୟ ଶ୍ରୀ ରାମ’ର ସ୍ଲୋଗାନ ଦେଇ ଧାର୍ମିକ ଭାବନାକୁ ଆଘାତ ଦେଇ ପଞ୍ଜୀକୃତ ହୋଇଥିବା ମାମଲାକୁ ବାତିଲ କରିବାକୁ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କଠାରୁ ଏହାର ଉତ୍ତର ଲୋଡିଛନ୍ତି। ଏହି ମାମଲାରେ କର୍ଣ୍ଣାଟକ ସରକାରଙ୍କୁ ନୋଟିସ ଜାରି କରିବାକୁ ଏସସି ମନା କରିଦେଇଛି।
ଏହି ମାମଲା ଦକ୍ଷିଣ କନ୍ନଡ ଜିଲ୍ଲାର ଅଟେ। ଏଠାରେ ଦୁଇଜଣ ଲୋକ ମସଜିଦ ଭିତରକୁ ଯାଇ ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେଇଥିଲେ। ଏହା ପରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ସେତେବେଳେ କୋର୍ଟ ଏହି ମାମଲାକୁ ରଦ୍ଧ କରିଦେଇଥିଲା । ଏହା ପରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା।
ଶୁଣାଣି ସମୟରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଯେ ଏହା ଅପରାଧ କେମିତି ହେବ ? କୋର୍ଟର ଏହି ପ୍ରଶ୍ନର ଉତ୍ତରରେ ଆବେଦନକାରୀଙ୍କ ଓକିଲକୁ କହିଛନ୍ତି ଯେ ଯଦି ଗୋଟିଏ ସମ୍ପ୍ରଦାୟର ଧାର୍ମିକ ସ୍ଥାନରେ ଅନ୍ୟ ସମ୍ପ୍ରଦାୟର ସ୍ଲୋଗାନ ଦେବା ପାଇଁ ଅନୁମତି ଦିଆଯାଏ, ତେବେ ଏହା ସାମ୍ପ୍ରଦାୟିକ ବିବାଦର କାରଣ ହୋଇପାରେ। ଏହା ପରେ ସୁପ୍ରିମକୋର୍ଟ ହାଇଦର ଅଲ୍ଲୀ ନାମକ ବ୍ୟକ୍ତିଙ୍କ ଆବେଦନ ଉପରେ କର୍ଣ୍ଣାଟକ ସରକାରଙ୍କଠାରୁ ଏକ ଉତ୍ତର ମାଗିଛନ୍ତି।
ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ କର୍ଣ୍ଣାଟକ ସରକାରଙ୍କଠାରୁ ଉତ୍ତର ମାଗାଯାଇଛି। ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ଧାର୍ମିକ ଭାବନାକୁ ଆଘାତ ଦେଇ ନ ଥିବାରୁ ମସଜିଦ ଭିତରେ ସ୍ଲୋଗାନ ଦେଇଥିବା ଦୁଷ୍କର୍ମକାରୀଙ୍କ ବିରୋଧରେ ଅପରାଧିକ ମାମଲାକୁ ରଦ୍ଦ କରିଦେଇଥିଲେ।