
ଓଡ଼ିଶାର ଯୁବ ନାବିକ ସାର୍ଥକ ମହାପାତ୍ର ମଝି ସମୁଦ୍ରରୁ ନିଖୋଜ ହେବାକୁ ୫ ଦିନ ହୋଇଗଲାଣି | ଏପର୍ଯ୍ୟନ୍ତ ତାଙ୍କର କୋଣସି ପତ୍ତା ମିଳିନଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଦୁଃଖର ମାହୋଲ ଖେଳିଯାଇଛି | ମରିସସ୍ ସମୁଦ୍ରସୀମାରେ ଘଟିଥିବା ଏହି ଘଟଣା ନେଇ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା,ଯାହା ପରେ ରାଜ୍ୟ ସରକାର ତତ୍କାଳ ଚିଠି ଲେଖି କେନ୍ଦ୍ରର ଜଣାଇଛି। ନିଖୋଜ ସାର୍ଥକଙ୍କ ଉଦ୍ଧାର ପାଇଁ ବୈଦେଶିକ ସଚିବ, ସ୍ବରାଷ୍ଟ୍ର ସଚିବ,ଜଳପଥ ସଚିବ,ଶିପିଂ ଡିରେକ୍ଟର ଜେନେରାଲଙ୍କୁ ଚିଠି ପଠାଇ ସଂଗଠିତ ଉଦ୍ଧାର ଅଭିଯାନ ଚାଲାଇବାକୁ ଅନୁରୋଧ କରିଛନ୍ତି|ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମଧ୍ୟ ବିଦେଶ ବ୍ୟାପାର ମନ୍ତ୍ରୀଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ସାର୍ଥକ ଭେସେଲରେ କ୍ରିୟୁ ମେମ୍ବର ଭାବେ କାମ କରୁଥିଲେ | ଏହି ଭେସେଲ Anglo-Eastern Ship Management ଦ୍ୱାରା ପ୍ରଚାଳିତ ହେଉଛି ଏବଂ ସିଙ୍ଗାପୁରରୁ ଫେରୁଥିବା ବେଳେ ସାର୍ଥକ ନିଖୋଜ ହୋଇଥିବା ଖବର ମିଳିଛି | ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ କୌଣସି ନୂତନ ତଥ୍ୟ ନ ମିଳିବାରୁ ପରିବାର ଲୋକଙ୍କ ମନରେ ଦୁଶ୍ଚିନ୍ତା ଖେଳିଯାଇଛି |