
ରାଜେନ୍ଦ୍ରପୁର ପଞ୍ଚାୟତରେ ଯାଜପୁର ସାଂସଦ ଡ.ରବିନାରାୟଣ ବେହେରା ,ରାଜେନ୍ଦ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ମନ୍ଦିର ପହଞ୍ଚି ଯଜ୍ଞକୁଣ୍ଡ ଭିତ୍ତି ପସ୍ତର ଶୁଭାରମ୍ଭ କରିଥିଲେ। ଏହି ଆଧ୍ୟାତ୍ମିକ ଉତ୍ସବରେ ମନ୍ଦିରର ଉନ୍ନତି ଓ ରକ୍ଷଣ ଉପରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ପୂର୍ବତନ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀଧର ପତି, ମଣ୍ଡଳ ସଭାପତି ମିଥୁନ କୁଣ୍ଡୁ, କୃଷକ ମୋର୍ଚ୍ଚା ସଭାପତି ବିଦ୍ୟାଧର କରଣ, ପୂର୍ବତନ ସରପଞ୍ଚ ଅଭି ମହାଳିକ, ୩୪ ନମ୍ୱର ମଣ୍ଡଳ ସଭାପତି ବିନୋଦ ମହାରଣା, ରାଜ୍ୟ ପରିଷଦ ସଭ୍ୟ ପ୍ରଫୁଲ୍ଲ ଗିରି, ୩୬ ନମ୍ୱର ମଣ୍ଡଳ ପୂର୍ବତନ ସଭାପତି ପ୍ରଶାନ୍ତ ମହାରଣା, ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ,ଓ ବ୍ରହ୍ମପରଦା ମଣ୍ଡଳର ସମସ୍ତ ଆଗଧାଡିର କର୍ମୀ ଉପସ୍ଥିତ ରହି ସାଂସଦଙ୍କୁ ସମ୍ଭୋଦନ। ଜ୍ଞାପନ କରିଥିଲେ ।