
ଦୀର୍ଘ ଦୁଇ ଶହ ବର୍ଷ ଧରି ରାଜା ରାଜୁଡା ବେଳୁ ଜାତୀୟ ଉଦ୍ୟାନ ଭିତରକନିକା ଜଙ୍ଗଲ ଜମିର ବାଙ୍କୁଆଳ ଗ୍ରାମରେ ୮୦ ପରିବାର ରହିଆସୁଛନ୍ତି ସେଥିରୁ କିଛି ପରିବାରକୁ ପୂର୍ବ ବିଜେଡି ସରକାର ସ୍ଥାଇ ପଟ୍ଟା ଦେଇଥିବା ବେଳେ କିଛି ପରିବାରକୁ ସ୍ଥାଇ ପଟ୍ଟା ଦେଇନାହିଁ,ଯେଉଁ ମାନଙ୍କୁ ପୂର୍ବ ବିଜେଡି ସରକାର ସ୍ଥାଇ ପଟ୍ଟା ଦେଇନାହିଁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଧ୍ୟ ମିଳିଛି କିନ୍ତୁ ଦୁଃଖର କଥା ଭିତରକନିକା ଜାତୀୟ ଉଦ୍ୟାନ କୁ ସମ୍ପ୍ରସାରଣ କରିବା ନିମନ୍ତେ କିଛି ପରିବାରକୁ ସେଠାରୁ ଆସନ୍ତା ୩ ତାରିଖରେ ହଟିଯିବା ପାଇଁ ସରକାର ଙ୍କ ପକ୍ଷରୁ ନୋଟିସ ଦିଆଯାଇଛି,ଯେଉଁ ନୋଟିସ ବିରୁଦ୍ଧରେ ବାଙ୍କୁଆଳ ଗ୍ରାମର ୮୦ ପରିବାର ଭିତରକନିକା ଜାତୀୟ ଉଦ୍ୟାନ ଗେଟ ଆଗରେ ଆମରଣ ଅନଶନରେ ବସିଛନ୍ତି। ଲୋକଙ୍କ ଅଭିଯୋଗ ରହିଛି ଆମେ ଦୁଇ ଶହ ବର୍ଷ ପୂର୍ବରୁ ବାଙ୍କୁଆଳ ଗ୍ରାମରେ ରହି ଆସୁଛୁ ଯଦି ଆମକୁ ଏବେ ସେଠାରୁ ବିତାଡିତ କରାଯାଏ ତେବେ ଆମେ ଭିଟ୍ଟାମାଟି ଛାଡି କୁଆଡେ ଯିବୁ ଏବଂ କଉଠି ରହିବୁ, ଯେମିତି ପୂର୍ବରୁ କିଛି ପରିବାର କୁ ସ୍ଥାଇ ପଟ୍ଟା ସରକାରଙ୍କ ପକ୍ଷରୁ ଦିଆଯାଇଛି ଠିକ ସେହି ପରି ଆମକୁ ସ୍ଥାଇ ପଟ୍ଟା ଦିଆଯାଉ ତାହା ସହିତ ଜଙ୍ଗଲ ପଟ ରାସ୍ତାରେ ଭିତରକନିକା ଗେଟ ନିର୍ମାଣ କରା ଯାଉ,ଯାହା ଦ୍ୱାରା ଭିତରକନିକା ଜାତୀୟ ଉଦ୍ୟାନ ସୁରକ୍ଷିତ ରହିବା ସହିତ ସାଧାରଣ ଖଟିଖିଆ ପରିବାର ମଧ୍ୟ ସୁରକ୍ଷିତ ରହି ପାରିବ ନଚେତ ଭିଟ୍ଟା ମାଟି ସୁରକ୍ଷା ପାଇଁ ଆମରଣ ଅନଶନରେ ବସି ବସି ନିଜ ଜୀବନ ହରିବା ନେଇ ବାଙ୍କୁଆଳ ଗ୍ରାମବାସୀ ସରକାରଙ୍କୁ କହିଛନ୍ତି।