
ଆନନ୍ଦପୁର ବନାଞ୍ଚଳର ରାମଚନ୍ଦ୍ରପୁର ନିକଟସ୍ଥ ନୂଆଗାଁ କାଜୁ ବାଦାମ ବାଡ଼ିରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଓ ଦୁଇଜଣ ଆହତ ହୋଇଛନ୍ତି । ଗୁରୁତର ଓ ଆହତଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ଦିନ ୧୦ ଘଟିକା ସମୟରେ ବାଦାମ ବାଡ଼ି ଜଗାରଖା କରୁଥିବା ନୂଆଗାଁ ଗ୍ରାମର ବନମାଳୀ ମହାନ୍ତି ,ନିରଞ୍ଜନ ମହାନ୍ତିଙ୍କୁ ଏକ ଭାଲୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା । ଜଙ୍ଗଲରେ ଉପସ୍ଥିତ ଥିବା ସାଈକୂଳ ଗ୍ରାମର ଜଳଧର ପ୍ରଧାନ ଉଦ୍ଧାର କରିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଖବର ପାଇ ରାମଚନ୍ଦ୍ରପୁର ବନ ବିଭାଗ ବନପାଳ ଓ କର୍ମଚାରୀ ମାନେ ଭାଲୁକୁ କାବୁ କରିଛନ୍ତି ।