
କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାଇପଦା ଛକ ନିକଟରେ ଏକସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଛି | ସୂଚନା ଅନୁଯାୟୀ କଳିଙ୍ଗା ଦୁଗୁଡ଼ିପାରି ଗ୍ରାମର ବାପି ଚନ୍ଦ୍ର ସାହୁ ଏକ ସ୍କୁଟିରେ କଳିଙ୍ଗା ଠାରୁ ଜି.ଉଦୟଗିରି ଅଭିମୁଖେ ଯାଉଥିଲେ | ସ୍କୁଟିଟି ଭାରସାମ୍ୟ ହରାଇ କାନ୍ଥରେ ବାଡ଼େଇ ହୋଇଯାଇଥିଲା |ଫଳରେ ସ୍କୁଟିରେ ଥିବା ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ |

ଲୋକଙ୍କ ସାହାଯ୍ୟରେ ଏକ ଡାଲା ଅଟୋରେ ଆହତଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା | ସେଠାରେ ଡାକ୍ତର ଆହତ ସୁବାଷ ନାୟକ ଓ ବାପି ଚନ୍ଦ୍ର ସାହୁଙ୍କୁ ମୃତ ଘୋଷଣା କରିଛନ୍ତି |ଏସ.ଆଇ କାମରାଜ ରେଡ୍ଡୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି|