
କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ଭାରତୀୟ ଆଜାଦ ସେବା ସଂଗଠନ ତରଫରୁ ୭୫ତମ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଏଥିରେ ରାଇକିଆ ଗୋଷ୍ଟି ଉନ୍ୟୟନ ଅଧକାରୀ ସିମାଞ୍ଚଲ୍ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ରାଜ୍ୟ ମାନବ ଅଧିକାର ସଭାପତି ଅଭିରାମ ମାଲିକ , କନ୍ଧମାଳ ଜିଲ୍ଲା ସଂଖ୍ୟାଲଘୁ ସମ୍ପ୍ରଦାୟର ଜିଲ୍ଲା ସଭାପତି ଦୟାନନ୍ଦ ନାୟକ , ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ , ବିଷ୍ନୁ ପ୍ରିୟା ପ୍ରଧାନ , ପ୍ରଦୀପ ପ୍ରଧାନ , ପଦ୍ମ ଲୋଚନ ପଣ୍ଡା , ପ୍ରମୁଖ ବହୁ ମନ୍ୟଗଣ ବ୍ୟକ୍ତି ମାନଙ୍କ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ରାଜ୍ୟ ମାନବାଧିକାର ସଭାପତି ଅଭିରାମ ମଲ୍ଲିକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ତେବେ ମଞ୍ଚାଷିନ ଥିବା ଅତିଥି ମାନବାଧିକାରର ଆଇନଗତ କାର୍ଯ୍ୟ କୁ ନେଇ ନିଜନିଜ ଭାଷଣ ମାଧ୍ୟମରେ ବକୃତା ପ୍ରଦାନ କରିଥିଲେ । ତେବେ ଗତ କିଛି ବର୍ଷ ହେଲା କ୍ରମାଗତ ଭାବେ ଜନ ସଚେତନା କାର୍ଯ୍ୟକରୀ ଜନତାଙ୍କୁ ସମାନତା ଅଧିକାର , ସ୍ଵାଧୀନତା ଅଧିକାର , ଧର୍ମଗତ ଅଧିକାର ,ଶିକ୍ଷାଗତ ଓ ସାଂସ୍କୃତିକ ଅଧିକାର ସହ ଶୋଷଣ ବିରୋଧୀ ,ସାମ୍ବିଧାନିକ ଅଧିକାର ସଂଗଠନ ମାଧ୍ୟମରେ ସଚେତନା କରାଇବା ସହ ବହୁ ଜନହିତ କାର୍ଯ୍ୟ ହାତକୁ ନେଇଅଛି ।