
ୱାଶିଂଟନ୍: ଭାରତ ଓ ଆମେରିକା ବାଣିଜ୍ୟ ସମ୍ପର୍କ ନୂଆ ମୋଡ଼୍ରେ ପ୍ରବେଶ କରୁଥିବା ସମୟରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ତିନିଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି | ଟାରିଫ୍ ହ୍ରାସ ଘୋଷଣା ପରେ ହୋଇଥିବା ଏହି ଗସ୍ତକୁ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କେ ପ୍ରମୁଖ ମାଇଲଷ୍ଟନ ବୋଲି ମନେ କରାଯାଉଛି |
ମଙ୍ଗଳବାର ଜୟଶଙ୍କର ୱାଶିଂଟନରେ ଆମେରିକୀୟ ବିଦେଶ ମନ୍ତ୍ରୀ ମାର୍କ ରୁବିଓ ସହିତ ସାକ୍ଷାତ୍ କରି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି | ସେହିପରି, ଟ୍ରେଜେରୀ ସଚିବ ସ୍କାଟ ବେସେଣ୍ଟ ସହିତ ମଧ୍ୟ ଉଚ୍ଚସ୍ତରୀୟ ବୈଠକ ହୋଇଛି | ଏହି ବୈଠକଗୁଡିକରେ ବାଣିଜ୍ୟ ଚୁକ୍ତି , ଶକ୍ତି ଓ ପରମାଣୁ ସହଯୋଗ , ପ୍ରତିରକ୍ଷା ସମ୍ପର୍କ ଓ କ୍ରିଟିକାଲ୍ ମିନେରାଲ୍ସ ଉପରେ କେନ୍ଦ୍ରିତ ଆଲୋଚନା ହୋଇଛି | ଦୁଇଦିନ ଆଗରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ୍ କଲ୍ ପରେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ୨୫% ଶୁଳ୍କକୁ କମାଇ ୧୮% କରିଛି | Made in India ଉତ୍ପାଦଗୁଡିକୁ ବିଚାର କରି ହୋଇଥିବା ଏହି ନୂଆ ନୀତିକୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ସ୍ୱାଗତ କରିଛନ୍ତି | ୨୦୨୫ରେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ୫୦% ପର୍ଯ୍ୟନ୍ତ ଟାରିଫ୍ ଲାଗୁ କରିଥିଲା | ଏହା ଇସ୍ପାତ, ଆଲୁମିନିୟମ୍ ଓ ଅନ୍ୟାନ୍ୟ ରପ୍ତାନିକୁ ଗୁରୁତର ପ୍ରଭାବ ପକାଇଥିଲା |କିନ୍ତୁ ଜୟଶଙ୍କର ଦୀର୍ଘମିଆଦୀ ଡିପ୍ଲୋମାଟିକ୍ ଚେଷ୍ଟା, ବହୁସ୍ତରୀୟ ବୈଠକ, ଏବଂ ୟୁରୋପିୟ ସଂଘ ସହିତ ଏଫ୍ଟିଏ ପର୍ଯ୍ୟନ୍ତ ଚାଳ ଟ୍ରମ୍ପ ସରକାର ଉପରେ ଚାପ ସୃଷ୍ଟି କରିଥିଲା|