ବୟସକୁ ଜିତିଛନ୍ତି ‘ସୌଦାଗର’ ନାୟିକା: ଧଳା କେଶରେ ବି ଚମକୁଛନ୍ତି ମନୀଷା କୋଇରାଲା

୯୦ ଦଶକର ସେହି ଚୁଲବୁଲି ନାୟିକା ମନୀଷା କୋଇରାଲା ଆଜି ବି ଚର୍ଚ୍ଚାରେ। କିନ୍ତୁ ଏଥର କାରଣ କୌଣସି ନୂଆ ଚଳଚ୍ଚିତ୍ର ନୁହେଁ, ବରଂ ତାଙ୍କର ସ୍ୱାଭାବିକ ରୂପ ଏବଂ ଆତ୍ମବିଶ୍ୱାସ। ନିକଟରେ ସେ ନିଜର ଧଳା କେଶ ସହ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ପ୍ରଶଂସକଙ୍କ ମନ ଜିଣିଛି। ସାଧାରଣତଃ ଅଭିନେତ୍ରୀମାନେ ବୟସ ଲୁଚାଇବା ପାଇଁ ବିଭିନ୍ନ ରଙ୍ଗ ବ୍ୟବହାର କରୁଥିବା ବେଳେ, ମନୀଷା କିନ୍ତୁ ନିଜର ଧଳା କେଶକୁ ଆଦରି ନେଇଛନ୍ତି।ଲାଇଟ୍ ପିଙ୍କ ଶାଢ଼ି, ସାଟିନ୍ ସାର୍ଟ, କାନରେ ଝୁମକା ଏବଂ ମୁଣ୍ଡରେ ଧଳା କେଶ—ଏହି ଅନ୍ଦାଜରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।

ମନୀଷାଙ୍କ ମତରେ, ବୟସ ସହ ଆସୁଥିବା ପରିବର୍ତ୍ତନକୁ ସହଜରେ ଗ୍ରହଣ କଲେ ତାହା ଏକ ନୂଆ ପ୍ରକାରର ଗ୍ଲାମର୍ ସୃଷ୍ଟି କରେ।ମନୀଷାଙ୍କ ଜୀବନ ଏତେ ସହଜ ନଥିଲା। ୨୦୧୨ ମସିହାରେ ତାଙ୍କୁ ଓଭାରିଆନ୍ କ୍ୟାନ୍ସର ହୋଇଥିବା ଜଣାପଡ଼ିଥିଲା। ଏହା ତାଙ୍କ ଜୀବନର ସବୁଠାରୁ କଠିନ ସମୟ ଥିଲା। ନେପାଳ ପରେ ସେ ନ୍ୟୁୟର୍କରେ ଚିକିତ୍ସିତ ହୋଇଥିଲେ। ଦୀର୍ଘ ୧୧ ଘଣ୍ଟାର ଅପରେସନ୍ ପରେ ସେ ମୃତ୍ୟୁ ମୁଖରୁ ଫେରି ଆସିଥିଲେ ଅପରେସନ୍ ସମୟରେ ତାଙ୍କ ମା’ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଥିଲେ। ଡାକ୍ତରଙ୍କୁ ଏକ ରୁଦ୍ରାକ୍ଷ ମାଳା ମଧ୍ୟ ଦେଇଥିଲେ, ଯାହା ସଫଳତା ପରେ ଚିକିତ୍ସକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। ମନୀଷା କୋଇରାଲା ଆଜି କେବଳ ଜଣେ ଅଭିନେତ୍ରୀ ନୁହନ୍ତି, ବରଂ ଅନେକଙ୍କ ପାଇଁ ପ୍ରେରଣା। ସେ ପ୍ରମାଣ କରିଛନ୍ତି ଯେ: ନିଜ ସହ ଘଟୁଥିବା ପରିବର୍ତ୍ତନକୁ ଆତ୍ମବିଶ୍ୱାସର ସହ ଗ୍ରହଣ କଲେ ତାହା ସୌନ୍ଦର୍ଯ୍ୟରେ ପରିଣତ ହୁଏ।କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ଜିତି ସେ ପୁଣି ଥରେ ହସୁଛନ୍ତି ଏବଂ କାମକୁ ଫେରିଛନ୍ତି।