ବୃଦ୍ଧଙ୍କୁ ପେଟ୍ରୋଲ ଢାଳି ପୋଡି ମାରିବାକୁ ଉଦ୍ୟମ

ବୃଦ୍ଧାଙ୍କୁ ପେଟ୍ରୋଲ ଜାଳି ମାରିବାକୁ ଉଦ୍ୟମ | ଘରେ ଏକାକି ଥିବା ବେଳେ ବୃଦ୍ଧଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ପୋଡି ମାରିଦେବାକୁ ଉଦ୍ଯମ କରାଯାଇଛି | ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି | ଏଭଳି ଅମାନବୀୟ ଘଟଣା ଘଟିଛି ଆନନ୍ଦପୁର ସୀମାନ୍ତ ମହୁଲଡିହା ଥାନା ଗୋଡଭଙ୍ଗା ଗାଁରେ | ସୂଚନା ଅନୁଯାୟୀ ଗତ କାଲି ସଂନ୍ଧ୍ଯାରେ ୯୫ ବର୍ଷର ବୃଦ୍ଧା ସାଇବ ଦାସ ଘରେ ଏକା ଥିବା ବେଳେ ଜଣେ ଦୁର୍ବୁତ ଘରେ ପଶି ପେଟ୍ରୋଲ ଜାଳି ଏପରି କାଣ୍ଡ ଘଟାଇଛି |

ଜମିବାଡି ବିବାଦକୁ କେନ୍ଦ୍ରକରି ପୂର୍ବରୁ ସାଇବଙ୍କ ପରିବାର ସହ ସମ୍ପକୀୟଙ୍କ ସହ ଝଗଡା ହୋଇଥିଲା | ସେହି କାରଣକୁ କେନ୍ଦ୍ରକରି ସମ୍ପକୀୟ କେହି ଏଭଳି କାଣ୍ଡ କରିଥିବା ଅଭିଯୋଗ କରିଛନ୍ତି ପୁଅ ପରମାନନ୍ଦ |