
T-20 ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଲାଗିପାରେ ବଡ ଝଟକା | ଏସିଆ କପ୍ ଫାଇନାଲର ହିରୋ ତଥା ଭାରତୀୟ ଦଳର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ତିଲକ ବର୍ମା ଆହତ ହୋଇଥିବା କାରଣରୁ ଦଳରୁ ବାହାରି ପାରନ୍ତି ବୋଲି ଖବର ସାମନାକୁ ଆସିଛି । ବର୍ମାଙ୍କ ପେଟରେ ଗଭୀର ଆଘାତ ଲାଗିଥିବାରୁ , ସେ ୩ରୁ ୪ ସପ୍ତାହ ପାଇଁ ଦଳରୁ ବାହାର ହୋଇପାରନ୍ତି ବୋଲି ଖବର ଆସିଛି ।
ବାମହାତୀ ବ୍ୟାଟ୍ସମ୍ୟାନ ବର୍ମା ରାଜକୋଟରେ ହାଇଦ୍ରାବାଦ ପକ୍ଷରୁ ବିଜୟ ହଜାର ଟ୍ରଫି ଖେଳୁଥିବ ସମୟରେ ପେଟ ଯନ୍ତ୍ରଣା ଅନୁଭ କରିଥିଲେ | ଯାହାଦ୍ଵାରା ତାଙ୍କୁ ଜଲଦି ଗୋକୁଳ ହସ୍ପିଟାଲକୁ ନିଆଯାଇଥିଲା| ସେଠାରେ ଚେକପ ପରେ ଜଣାପଡିଥିଲା ‘ଟେଷ୍ଟିକ୍ୟୁଲାର ଟର୍ସନ’ ରୋଗ ହୋଇଛି ବୋଲି । ସେଥିପାଇଁ ଡାକ୍ତର ତାଙ୍କୁ ଜଲଦି ଅସ୍ତ୍ରାପଚାର ପାଇଁ କହିଥିଲେ |
ଅନ୍ୟାପକ୍ଷରେ ଭାରତୀୟ କ୍ରିକେଟ୍ ଆସୋସିଏସନର ସଭାପତି ଜୟଦେବ ଶାହ କହିଛନ୍ତି ଯେ, ତିଲକଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ସେ ଏବେ ସୁସ୍ଥ ଅଛନ୍ତି। ଏହି ସମସ୍ୟା କାରଣରୁ ୨୧ ଜାନୁଆରିରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆରମ୍ଭ ହବାକୁ ଯାଉଥିବା ଟି-୨୦ ସିରିଜରୁ ତିଲକ ବାଦ୍ ପଡିପାରନ୍ତି ବୋଲି ଜଣାପଡିଛି |ଏହା ସହ ବିଶ୍ୱକପ୍ ଖେଳିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କ ଟି-୨୦ ଦଳକୁ ଫେରିପାରନ୍ତି ବୋଲି ଚର୍ଚ୍ଚ ଚାଲିଛି |