ପୁଣି ଗୁଣି ଗାରେଡ଼ି ସନ୍ଦେହ ପାଇଁ ଗଡିଛି ଦୁଇ ମୁଣ୍ଡ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡମବେଡା ପଞ୍ଚାୟତ କିତାବେଡା ଗ୍ରାମର ସ୍ଵାମୀ ସ୍ତ୍ରୀ ଦୁଇ ଜଣଙ୍କୁ ସୋମବାର ରାତିରେ ଡାହାଣି ସନ୍ଦେହରେ ଦୃର୍ବୁତ୍ତ ହତ୍ୟା କରିଥିବା ଜଣାପଡିଛି।

ସୂଚନା ମୁତାବକ, ସୋମବାର ସନ୍ଧ୍ୟା ୭/୮ ଟା ସମୟରେ ବିଶୋଇ ଥାନା ଅର୍ନ୍ତଗତ ଖଡମବେଡା ପଞ୍ଚାୟତ କିତାବେଡା ଡୁଙ୍ଗରି ସାହି ରେ ୪୮ ବର୍ଷିୟ ଦେବେନ୍ଦ୍ର ନାଏକ ନିଜ ଘର ସମ୍ମୁଖ ରେ ଚାଷ କରିଥିବା ବିଲାତି ବାଗିଚରେ ପାଣି ମଡାଉଥିବା ସମୟରେ ପୂର୍ବରୁ ଡାହିଣି ସନ୍ଦେହରେ ରାଗ ରଖିଥିବା ସେହି ସାହିର ୨୫ ବର୍ଷିୟ ଅଜୟ ନାଏକ ଦେବେନ୍ଦ୍ର ନାଏକ ଙ୍କୁ ପଛ ପଟୁ ବୁଡିଆ ରେ ଚୋଟ ମାରି ଘଟଣାସ୍ଥଳରେ ମାରି ଦେଇ ଘର ଭିତରକୁ ପ୍ରବେଶ କରିଥିଲା, ଏବଂ ସେହି ସମୟରେ ଘର ଭିତରେ ପୁଅ ବୋହୁ ସୁମିତ୍ରା ନାଏକ ଓ ତାର ଏକ ଦୁଇ ବର୍ଷର ଶିଶୁ କନ୍ୟା ଏବଂ ସ୍ତ୍ରୀ ୪୫ ବର୍ଷିୟା ଚମ୍ପା ନାଏକ ଶୋଇବା ଅବସ୍ଥାରେ ଥିଲେ।

ଯେତେ ବେଳେ ଘର ଭିତରକୁ ଅଜୟ ନାଏକ ପ୍ରବେଶ କଲା ସେହି ସମୟରେ ଘର ଭିତରୁ ପୁଅ ବୋହୁ ସୁମିତ୍ରା ଦୁଇ ବର୍ଷର ଏକ ଶିଶୁ କନ୍ୟାକୁ ଛାଡ଼ି ଭୟରେ ଦୌଡ଼ି ପଳାଇ ଥିଲା। ପରେ ଆସି ଘରେ ଦେଖିଲା ବେଳକୁ ବିଲାତି ବାଗିଚରେ ଶଶୁର ଦେବେନ୍ଦ୍ର ନାଏକ ଓ ଘର ଭିତରେ ଶାଶୁ ଚମ୍ପା ନାଏକଙ୍କୁ ଅଜୟ ନାଏକ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ତେବେ ଶିଶୁ କନ୍ୟାର କୌଣସି ଆଘାତ କରି ନ ଥିଲା। ତେବେ ଆଜି ସକାଳୁ ତା ସାନ ପୁଅ ରାବେନ୍ଦ୍ର ନାଏକ ଘରକୁ ଆସି ବାପା ମା ର ମୃତ ଦେଖି ବିଶୋଇ ଥାନା କୁ ଫୋନ୍ ଯୋଗେ ଜଣାଇଥିଲା। ଖବର ପାଇ ଆଜି ଘଟଣାସ୍ଥଳରେ ଏଡିସନାଲ ଏସ୍ ପି.ଯଦୁନାଥ ଜେନା,ଏସ୍ ଡ଼ି ପି ଓ ଗୋକୁଳାନନ୍ଦ ସାହୁ, ବାରିପଦା ସାଇନ୍ଟିଫିକ ଟିମ୍ ଏବଂ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ସହିତ ପୋଲିସ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ଫେରାର ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛିା