ବିରଳ ମାଛ ଫ୍ଲାଇଂ ଗୁର୍ନାଡ୍‌

ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଗଭୀର ଜଳ ରାଷିରୁ ଏକ ନୂତନ ପ୍ରଜାତିର କମଳା ରଙ୍ଗ ସହ କଳା ଛିଟ ଥିବା ସାମୁଦ୍ରିକ ମାଛ (ଫ୍ଲାଇଙ୍ଗ ଗୁର୍ନାଡ୍ ) ଚିହ୍ନଟ କରିଛନ୍ତି। ନୂତନ ପ୍ରଜାତିର ସାମୁଦ୍ରିକ ମାଛ ଫ୍ଲାଇଂ ଗୁର୍ନାଡ୍‌ ଗଭୀର ଜଳରେ ରହେ । ଏହାର (ସୂକ୍ଷ୍ମ ରାଷ୍ଟ୍ରାଲ) ୨ଟି କଣ୍ଟା ଅଛି । ଏହାର ଏକ ପୃଥକ୍‌ ପେକ୍ଟାରାଲ୍‌-ଫିନ୍‌ ଅଛି ଯାହା ଭିତର ପୃଷ୍ଠରେ କଳା ଏବଂ ଶେଷ ଆଡକୁ ତିନୋଟି ଛାଟ ଧଳା ଦାଗ ରହିଛି। ନୂତନ ପ୍ରଜାତିର ମାଛକୁ ପଶ୍ଚିମବଙ୍ଗ ଉପକୂଳରୁ ପ୍ରାୟ ୯୦ କିଲୋମିଟର ଏବଂ ପ୍ରାୟ ୫୨ ମିଟର ଗଭୀରରୁ ଏକ ଟ୍ରଲର ଦ୍ୱାରା ୨୦ ଅକ୍ଟୋବର ୨୦୧୮ ରେ ସହକାରୀ ପ୍ରଫେସର ଦୀପାଞ୍ଜନ ରୟଙ୍କ ଦ୍ୱାରା ସଂଗୃହିତ ହୋଇଥିଲା। ଗୋପାଳପୁର ଜେଡ୍‌ଏସ୍‌ଆଇ କେନ୍ଦ୍ର ତଥା ଇଷ୍ଟୁଆରାଇନ ବାୟୋଲୋଜି ରିଜିଓନାଲ୍‌ ସେଣ୍ଟର୍‌ର ବୈଜ୍ଞାନିକ ଡ. ଅନିଲ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ୫ ବର୍ଷ କାଳ ଏହାର ସମ୍ପୂର୍ଣ୍ଣ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ବୈଜ୍ଞାନିକ ଡ଼ ଅନିଲ ମହାପାତ୍ର କହିଛନ୍ତି ଯେ ଗୁର୍ନାଡ୍ ମାଛର ନାମ କରଣ ଟେରିଗୋଟ୍ରିଗ୍ଲା ଇଣ୍ଟରମେଡିକା ରଖା ଯାଇଛି। ବିଭିନ୍ନ ସ୍ଥାନରୁ ସଂଗୃହିତ ମାଛଗୁଡ଼ିକ ଭିନ୍ନ ଆକାର ରହିଛି। ଏହାସହ ମାଛର ଏକ ଲମ୍ବା ଅପରେକୁଲାର ମେରୁଦଣ୍ଡ ଏବଂ ଏକ ଅତି କ୍ଷୁଦ୍ର କ୍ଲିଥ୍ରାଲ୍ ମେରୁଦଣ୍ଡରେ ୨୭ ଖଣ୍ଡ ହାଡ଼ ରହିଛି। ମୁଣ୍ଡ ଚେପଟା ରହିବା ସହ ମାଛର କଣ୍ଟା ବିଷାକ୍ତ ଏବଂ ଏମାନେ ଗଭୀର ସମୁଦ୍ରରେ ଥିବା ଛୋଟ ମାଛ ,ଗେଣ୍ଡା ଆଦି ଶିକାର କରି ଖାଦ୍ୟ ରୂପେ ଭକ୍ଷଣ କରିଥାନ୍ତି ।

Leave a Reply

Your email address will not be published. Required fields are marked *