କୋରେଇ ବିଧାୟକ ଆକାଶ ଦାସ ନାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ କରାଯାଇଛି । କୋରେଇ ବ୍ଲକ୍ ଅର୍ନ୍ତଗତ ଗୋଳେଇପୁର ଗ୍ରାମ ପଂଚାୟତରେ ଓଡିଶା ସରକାରଙ୍କ ୭ ଟି ବିଭାଗର ୭ଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ବିଧାୟକଙ୍କୁ ବାଇକ ଯୋଗେ ଏକ ବିଶାଳ ଶୋଭାଯାତ୍ରା କରି ରାମପୁର ଶଗଡି ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୩ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶଗଡି ଠାରୁ ନରପଦା ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

ଏହା ସହିତ ବଡ ତ୍ରିଲୋଚନପୁର ଠାରେ ଜଳସଂପଦ ବିଭାଗ ତରଫରୁ ୮ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟରେ ଖରସ୍ରୋତା ନଦୀବନ୍ଧର ବାମ ପାର୍ଶ୍ୱ ନଦୀ ବନ୍ଧ ସୁଦୃଢୀକରଣର ଶୁଭ ଭିତିପ୍ରସ୍ତର ସ୍ଥାପନା ଏବଂ ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ମସୁଦପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ ର ଶିଳାନ୍ୟାସ କରାଯାଇଥିଲା । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଧାୟକ ଙ୍କ ସହ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିଲେ ।