ବିପୁଳ ପରିମାଣରେ ଗଞ୍ଜେଇ ଜବତ, ୩ ଗିରଫ

ବରଗଡ଼ ଟାଉନ ଥାନା ପକ୍ଷରୁ ବୀର ଛକରେ ଦୁଇଟି ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପୋଲିସର ପେଟ୍ରୋଲିଂ ଚାଲିଥିବା ବେଳେ ସନ୍ଦେହରେ ଦୁଇଟି ଗାଡି କୁ ଯାଞ୍ଚ କରିଥିଲା । ସେଥିରୁ ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ ଗିରଫ କରିଛି ଟାଉନ ପୋଲିସ । ଗିରଫ ଯୁବକମାନେ ଜବଲପୁର ମସନିଆ ଗ୍ରାମର ଜୟ ସାହୁ, ଅଭିଷେକ ସିଦାର, ବିଜୟ ଖୁସବା ବୋଲି ଜଣାପଡିଛି । ଜବତ ଗଞ୍ଜେଇ ବୌଦ୍ଧ ଅଞ୍ଚଳରୁ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ଏନେଇ ପୋଲିସ ତଦନ୍ତ ଜାରିରଖିଛି । ତେବେ ଏହାର ଚେର କେତେ ଦୂର ଲମ୍ବିଛି ସେନେଇ ଅଧିକ ତଦନ୍ତ କରୁଛି ଟାଉନ ପୋଲିସ |

Leave a Reply

Your email address will not be published. Required fields are marked *