ଓଡିଶା ର ଚାରୋଟି ଜିଲ୍ଲା ରେ ବିଜେଡି ସୁପ୍ରିମୋ ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ସଭାପତି ଘୋଷଣା କରିଛନ୍ତି | ଏଥିରେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ୍ତ ଦିଶାରୀ ମନୋନୀତ ହୋଇଛନ୍ତି |ତେବେ ଜଣେ ଆଦିବାସୀ ନେତା ଭାବେ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ଶ୍ରୀ ଦିଶାରୀ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ରେ ବେଶ ଚର୍ଚିତ ଚେହେରା |ସେହିପରି ଆଗାମୀ ଦିନରେ ଦଳ ର ସଂଘଠନ କୁ ମଜବୁତ କରିବା ଏବଂ ସରକାର ଙ୍କ ଜନବିରୋଧୀ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି |ଏହି ଅବସରରେ କଳାହାଣ୍ଡି ବିଜେଡି କର୍ମୀ ଙ୍କ ମହଲ ରେ ଖୁସିର ଲହରୀ ଖେଳିଯାଇଛି |