
ସାରା ବିଶ୍ୱରେ ହଜାର ହଜାର ବର୍ଷ ପୂର୍ବରୁ ଧାନ ଉତ୍ପାଦନରେ ମୁଲସ୍ଥାନ ମଧ୍ୟରେ କଳାହାଣ୍ଡି ଅନ୍ତର୍ଭୁକ୍ତ | କଳାହାଣ୍ଡି ଜିଲ୍ଲାରେ ପାରମ୍ପରିକ ଉପାୟରେ ବନ୍ଧ, କଟା, ମୁଣ୍ଡା ଜରିଆରେ ଜମିକୁ ଜଳ ସେଚନ ବ୍ୟବସ୍ଥା ଥିଲା | କିନ୍ତୁ ଆଜିର ଦିନରେ ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପ ସ୍ଥାପନ ଓ କୃଷି ଉତ୍ପାଦନରେ ମୁଖ୍ୟ । ତେଣୁ ଏହି ପ୍ରସଙ୍ଗ ବିଧାନ ସଭାରେ ଉଠିବ ବୋଲି ଏହି କାର୍ଯ୍ୟକ୍ରମର ଆବାହକ ପୂର୍ବତ୍ତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜର ମତବ୍ୟକ୍ତ ରଖିଥିଲେ |ସେହିପରି ଜିଲ୍ଲା ର ପ୍ରତ୍ୟେକ ଚାଷ, ପଶୁପାଳନ ଉପରେ ଅତିଥି ମାନେ ଭବାନୀପାଟଣା ସ୍ଥିତ ଏସ ଏନ ରେସିଡେନ୍ସି ରେ ନିଜର ମତବ୍ୟକ୍ତ କରିଥିଲେ |ଏଥିରେ ଜିଲ୍ଲା ର ସଫଳ ଚାଷୀ ଜିଲ୍ଲାର ସମସ୍ତ ସାମ୍ବାଦିକ ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ଥିଲେ |