ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ, ରହିଛି ମୋଟ୍ ୮ଟି କାର୍ଯ୍ୟ ଦିବସ

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୪ ତାରିଖ ଯାଏ ଚାଲିବାକୁ ଥିବା ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟ ଦିବସ ରହିଛି । ସକାଳ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ସାଢେ ୧୦ଟାରେ ବିଜେଡିର ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ ଦଳ ଗୃହ କାର୍ଯ୍ୟ ପାଇଁ ରଣନୀତି କରିବ। ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ବିଧାୟକ ଦଳ ବୈଠକରେ ନିଜ ରଣନୀତି ପ୍ରସ୍ତୁତ କରିବେ। ବିରୋଧୀଙ୍କ ଦ୍ବାରା ଆଗତ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି। ସେପଟେ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ କଂଗ୍ରେସ ପ୍ରସଙ୍ଗ କରିଥିଲା । ଅନ୍ୟପଟେ ବିଧାନସଭା ଆରମ୍ଭ ହେଉ ହେଉ ଆରମ୍ଭ ହୋଇଯାଇଛି ବିକ୍ଷୋଭ, ଧାରଣା । ବିଧାନସଭା ସମ୍ମୁଖରେ ଆଜି ଗର୍ଜୁଛନ୍ତି ଜନତା । ମୋ ଦଳର କର୍ମୀ । ୫ଟି ସଚିବଙ୍କୁ ବିରୋଧ କରି ଚାଲିଛି ନାରାବାଜି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ସଚିବ କିଏ ? ଯଦି ସଚିବ ସବୁ କରିବେ ନେତା ନିର୍ବାଚନ କାହିଁକି ? ଆସନ୍ତା ୨୮ ତାରିଖରେ ୨୦୨୩-୨୪ ଆର୍ଥିକବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ଅକ୍ଟୋବର ୩ ତାରିଖରେ ଗୃହୀତ ହେବ ବ୍ୟୟ ମଞ୍ଜୁରୀ ବିଲ୍।

Leave a Reply

Your email address will not be published. Required fields are marked *