ବିଜେପିରେ ଯୋଗ ଦେଲେ ଚାରି ସମାଜସେବୀ

କୋରାପୁଟ ଜିଲ୍ଲାର ବରିଷ୍ଠ ସମାଜସେବୀ ଡ଼ଃ ରାଜକିଶୋର ନାୟକ ଓ ସେବା ଓ ସହଯୋଗ ଲିଭ ଫର ଅଦର୍ସର ପ୍ରତିଷ୍ଠାତ୍ରି ସ୍ନିଗ୍ଧାରାଣୀ ମିଶ୍ର, ସମର୍ଥକ ଗଜାନନ ପାଣିଗ୍ରାହୀ, ଅମର ନାୟକ ଓ ଅନ୍ୟାନ୍ୟ କର୍ମୀଙ୍କ ସହ ବିଜେପି ଦଳରେ ଅନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି |

ସେଥିଲାଗି ଆଜି ସିମିଳିଗୁଡା ଠାରେ ଅନୁଷ୍ଠିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି |

ସୂଚନା ଅନୁଯାୟୀ, ଗତକାଲି କୋରାପୁଟରେ ମନ୍ତ୍ରୀ ରବି ନାୟକ, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ, ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲୀ, ବିଜେପି ବରିଷ୍ଠ ନେତା ତ୍ରିନାଥ ପଣ୍ଡା, କାଲିରମ ମାଝୀ ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି | ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକଳାପକୁ ଅନୁ ପ୍ରାଣିତ ହୋଇ ଆଜି ଲେମନ କାଷ୍ଟଲ ହୋଟେଲ ଠାରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିରେ ଚାରିଜଣ ସମାଜ ସେବି ବିଜେପିରେ ଯୋଗ ଦେଇଛନ୍ତି |