ବିଜେପିର ମିଶ୍ରଣ ପର୍ବ

ଭୋଗରାଇ ବ୍ଲକ ଅନ୍ତର୍ଗତ ନହରା ଗ୍ରାମପଞ୍ଚାୟତ ଅଧିନ ବଡ଼ ମନ୍ଦାରୁଣୀ ଗ୍ରାମର ରାଜକୁମାର ପରିଡାଙ୍କ ବାସ ଭବନରେ ୩୦ନମ୍ବର ଜୋନରୁ ବିଭିନ୍ନ ପଞ୍ଚାୟତରୁ ଅନ୍ୟ ଦଳକୁ ଆସି ଭାରତୀୟ ଜନତା ପାର୍ଟିରେ 400 ଅଧିକ ଲୋକେ ଯୋଗ ଦେଇଥିଲେ |

ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳରେ ସଜବାଜ ହେଲେଣି ବିଜେପି । ତୃଣମୂଳ ସ୍ତରର କର୍ମୀଙ୍କୁ ନେଇ ଆରମ୍ଭ ହୋଇଛି ମିଶ୍ରଣ ପର୍ବ ।

ରାଜକୁମାର ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଜେପି ବାଲେଶ୍ଵର ଜିଲ୍ଲା ସଭାପତି ପ୍ରଦୀପ କୁମାର ପଣ୍ଡା, ପୂର୍ବତନ ସଭାପତି ଉମାକାନ୍ତ ମହାପାତ୍ର , ଭୋଗରାଇ ବରିଷ୍ଠ ବିଜେପି ନେତା ଆଶିଷ କୁମାର ପାତ୍ର ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ ।

ରାଜ୍ୟରେ ଡବଲ ଇଂଜିନ ସରକାର ଆସିଥିଲା ବେଳେ ପଂଚାୟତ ଦଖଲ କଲେ ତ୍ରିପଲ ଇଂଜିନ ସରକାର ହେବ ବୋଲି କହିଛନ୍ତି । ଏହା ଦ୍ୱାରା ବିକାଶ ଆହୁରି ଦ୍ରୁତ ଗତିରେ ହେବ ବୋଲି ଛାମୁଆ ନେତା ମାନେ ନିଜର ବକ୍ତବ୍ୟ ରଖି ଥିଲେ ।

ତେବେ ଆଗକୁ ବ୍ଳକରେ ବିଭିନ୍ନ ପଂଚାୟତରେ ସରପଞ୍ଚ ନିର୍ବାଚନ ରହିଥିବା ବେଳେ ବିଜେପି ଏଥିରେ କିଭଳି ନିଜ ସପକ୍ଷ ପ୍ରାଥୀଙ୍କୁ ଜିତାଇବ ସେ ନେଇ ଭୋଟର ମାନଙ୍କୁ ଏକ ହୋଇ ଲଡିବାକୁ କହିଛନ୍ତି ।

ଯଦି ସମସ୍ତ କର୍ମୀ ଏକ ହୋଇ ଏହି ପଂଚାୟତ ଉପ ନିର୍ବାଚନରେ ବିଜୟୀ ହୁଅନ୍ତି ତାହାଲେ ଆଗାମୀ ଦିନରେ ହେବାକୁ ଥିବା ପଂଚାୟତ ନିର୍ବାଚନରେ ଦଳ ତ୍ରିପଲ ଇଂଜିନ ସରକାର ଗଡ଼ିବାରେ ସଫଳ ହେବ ବୋଲି କହିଥିଲେ ।