ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ

ଗଜପତି ଜିଲ୍ଲାରେ ଥମୁନି ଦାଦନ ଦୁଃଖ। ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ମାର୍ଦ୍ଦିଗୁମା ଗାଁ ରେ । ମମିତା ଙ୍କ ସ୍ୱାମୀ ଦାଦନ ଖଟିବାକୁ ଯାଇ ଫେରିନାହାନ୍ତି । ଦୁଇ ଦୁଇଟି କୋମଳମୋତି ଶିଶୁ, ରୋଗୀଣା ମାଁ , କୁଲିମୂଲ ଖଟି ପରିବାର ଚଳାଉଛନ୍ତି ନିଖୋଜ ଉଜ୍ଜ୍ୱଳ ଙ୍କ ସ୍ତ୍ରୀ ମମିତା । ଆର୍ଥିକ ଅଭାବ ଅନଟନ ସ୍ଥିତି ଦେଇ ଗତିକରୁଥିବା ଗରୀବ ପରିବାରର ଏବେ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି। ଭଙ୍ଗା କୁଡିଆ ରେ ଜୀବନ ବିତାଉଛନ୍ତି ଚାରି ପ୍ରାଣୀ କୁଟୁମ୍ବ ।ଘଓଳିଏ ଖାଇଲେ ତିନି ଓଳି ଉପବାସ ରେ ଜୀବନ କାଟୁଛନ୍ତି। ସ୍ବାମୀ କେଉଁ ଭଳି ପରିସ୍ଥିତି ରେ ଅଛନ୍ତି ସେ ନେଇ ଅନେକ ଖୋଜାଖୋଜି ପରେ ଏବେ ସାଧୁ , ତାନ୍ତ୍ରିକ ଙ୍କ ସାହାରା ନେଉଛନ୍ତି। ଆଖି ଛଳ ଛଳ କରି ପୁଅର ଫେରିବା ବାଟକୁ ଚାହିଁ ରହିଛି ମାଁ । ଏ ନେଇ ପୋଲିସ ତଦନ୍ତ ଜାରି ରଖିଥିବା କହିଥିବା ବେଳେ ବ୍ଳକ ଅଧ୍ୟକ୍ଷ କହିଛନ୍ତି ଖୋଜିଆଣିବାକୁ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।

ଅଭାବୀ ଅନାଟନ ଦେଇ ଗତି କରୁଥିବା ଆଦିବାସୀ ପରିବାର ର ପ୍ରତିପୋଷଣ ପାଇଁ ଘର ଏକମାତ୍ର ମୂରବୀ ଉଜ୍ଜ୍ୱଳ ଗାଁ ରେ କୌଣସି କାମ ନ ମିଳିବାରୁ ଆଜକୁ ଦେଢ଼ ବର୍ଷ ତଳେ ବାହାର ରାଜ୍ୟ କୁ ଯାଇଥିଲେ ଦାଦନ ଖଟିବାକୁ । ହେଲେ ଗଲା ଦିନଠାରୁ ଘରକୁ ନାଁ ଫେରିଛନ୍ତି, ନାଁ ‌ହୋଇପାରିଛି ଯୋଗାଯୋଗ। ସାଥିରେ ଯାଇଥିବା ଅନେକ ଦାଦନ ଶ୍ରମିକ ନିଜ ଗାଁ କୁ ଫେରିଆସିଲେଣି । ହେଲେ ଉଜ୍ଜ୍ୱଳ ର ଏଯାଏ ମିଳିପାରିନାହିଁ ପତ୍ତା । ଏ ନେଇ ଗତ ମେ ମାସ ୩ ତାରିଖ ୨୨ରେ ମୋହନା ଥାନା ରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲେ ସୁଧା କୌଣସି ସୁଫଳ ମିଳିନାହିଁ। ନିଃସହାୟ ପରିବାର ପାଇଁ ସମାବେଦନା ଜଣାଇବା ସହ ସରକାର ତୁରନ୍ତ ଦୃଷ୍ଟି ଦେଇ ନିଖୋଜ ଦାଦନ ଉଜ୍ଜ୍ୱଳ କୁ ଖୋଜିଆଣିବାକୁ ଗ୍ରାମବାସୀ ଦାବୀ କରିଛନ୍ତି

ଦାଦନ ଖଟିବାକୁ ଯାଇ ହଜିଲା ପୁଅର ଫେରିବା ବାଟକୁ ଚାହିଁ ରହିଛି ଅସହାୟ ବୃଦ୍ଧା ମାଁ। ଅଭାବ ଅନଟନ ପରିସ୍ଥିତି ଦେଇ ଗତି କରୁଥିବା ପରିବାର ପାଇଁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେଲେ ବିଶେଷ ଉପକୃତ ହୋଇପାରିବେ ବୋଲି ଆଶା ରହିଛି।

Leave a Reply

Your email address will not be published. Required fields are marked *