
ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଭିନ୍ନ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଉତ୍ସାହ ସହକାରେ ପାଳନ ହୋଇଯାଇଛି । ଏହି ଅଞ୍ଚଳରେ ମାଙ୍କ ପୂଜା ରୀତିନୀତିରେ ପୂଜାଅର୍ଚ୍ଚନା କରାଯାଇଥିବା ବେଳେ ସିମୁଳିଆ ବ୍ଲକ୍ ଈଶ୍ୱରପୁର ପଞ୍ଚାୟତ ଚନ୍ଦ୍ରପଡ଼ା ଗାଁରେ ଦଶହରା ପର୍ବ ଏକ ନିଆରା ଢ଼ଙ୍ଗରେ ମନାଯାଉଥିବା ଦେଖିବାକୁ ମିଳିଛି ।ଦଶହରା ପରୀପେକ୍ଷୀରେ ବଳଦମାନଙ୍କୁ ରଙ୍ଗ ବେରଙ୍ଗରେ ସର୍ଜିତ କରି ଏକ ନୃତ୍ୟ ପରିବେଷଣ କରିଥାନ୍ତି । ବଙ୍ଗିଅ ସମ୍ପ୍ରଦାୟର ଲୋକେ ଦୀର୍ଘ ୨୦୦ ବର୍ଷ ପୂର୍ବରୁ ଆରମ୍ଭ କରିଥିବା ଏହି ପ୍ରଥାକୁ ଜାରି ରଖିଛନ୍ତି । ଗ୍ରାମବାସୀମାନେ ବିଶ୍ୱାସ ରଖନ୍ତି ବଳଦ ନାଚ ହେଲେ ଗ୍ରାମ ରେ ଭଲ ଚାଷ ହେବା ସହିତ ଗାଁ ର ମଙ୍ଗଳ ହୋଇଥାଏ। ସିମୁଳିଆ ବ୍ଲକ୍ ଈଶ୍ୱରପୁର ପଞ୍ଚାୟତ ଚନ୍ଦ୍ରପଡ଼ା ଗାଁରେ ଏହି ବଳଦ ନାଚ ପ୍ରଥା ୨୦୦ ବର୍ଷରୁ ଉର୍ଦ୍ଧ ହେବ ଚାଲିଆସୁଛି । ଲୋକମାନେ ଦଶହରା ଦିନ ମା’ଦୁର୍ଗା ଦେବୀଙ୍କ ପିଠରେ ମାନସିକ ପୁରଣ ସହିତ ଗାଁ ଲୋକମାନଙ୍କ ନିଜର ମଙ୍ଗଳ କାମନା ପାଇଁ ଏହି ବଳଦ ନାଚ କରିଥାନ୍ତି । ବଳଦ ନାଚ ଦେଖିବା ପାଇଁ ସ୍ଥାନୀୟ ଓ ଦୂରଦୂରାନ୍ତରୁ ସହ ସହ ଭକ୍ତଙ୍କ ଭିଡ଼ ଜମିଥାଏ ।
ଚନ୍ଦ୍ରପଡ଼ା ଗ୍ରାମର ଗ୍ରାମବାସୀମାନଙ୍କ କହିବା ଅନୁଯାଇ ଏହିଠାରେ ୨୦୦ବର୍ଷ ପୂର୍ବରୁ ବେଙ୍ଗଲ୍ ରୁ କିଛି ଲୋକ ଆସି ବସବାସ କରି ମା’ଦେବୀଙ୍କ ପୂଜା ଅର୍ଚ୍ଚନା କରିଆସୁଥିଲେ । ତାଙ୍କ ବଂଶଜ ବାଇଧର କୁଅଁର ଓ ଅନ୍ୟମାନେ ଦୁର୍ଗାପୂଜା କରିବା ସହିତ ଏହି ବଳଦ ନାଚ ପରମ୍ପରା ବଜାଇ ରଖିଥିଲେ । ଏହି ପରମ୍ପରା କୁ ଏବେ ଏହି ଗ୍ରାମବାସୀ ମାନି ସବୁ ବର୍ଷ ଦଶହରା ଦିନ ପାଳନ କରିଥାନ୍ତି ଓ ବଳଦ ନାଚ ସହିତ ମେଳା ର ମଜା ବେଶ ଉଠାଇଥାନ୍ତି ଅଞ୍ଚଳବାସୀ ।