ବାଲେଶ୍ବରରେ ପୁଣି ଓଲଟିଲା ଟ୍ରେନ ବଗି । ଲଗାଣ ବର୍ଷା ଫଳରେ ରେଳ ଧାରଣାରୁ ମାଟି ଅତଡା ଖସିବା ଫଳରେ ଡାଉନ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ତେବେ ଲାଇନର ମରାମତି କର୍ଯ୍ୟ କରାଯାଇଥିବା ବେଳେ ସନ୍ଧ୍ୟାରେ ସେହି ଲାଇନରେ ଏକ ମାଲବାହୀ ଟ୍ରେନ ଧସି ଯାଇଥିବା ସହ ଟ୍ରେନର କିଛି ବଗି ଓଲଟି ପଡିଥିବା ଦେଖିବାକୁ ମିଳିଥିଲା । ତେବେ ସକାଳେ ରେଳ ଲାଇନ ଧସିଥିବା ବେଳେ ତାର ଅବସ୍ଥା ସୁଧାରିବା ପରେ ପୁଣି ସନ୍ଧ୍ୟାରେ ଦୁର୍ଘଟଣା ଘଟିବା କେଉଁଠି ନା କେଉଁଠି କାର୍ଯ୍ୟରେ ଅବହେଳା ହୋଇଥିବା ଦର୍ଶାଉଛି । ସେପଟେ ଏନେଇ ସରକାରୀ ସ୍ଥରରୁ କୌଣସି ସୂଚନା ମିଳିପାରିନାହିଁ । ତେବେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ନିଧିପଣ୍ଡା ନିକଟରେ ରେଳ ଧାରଣାରୁ ମାଟି ଅତଡା ଖସି ଯାଇଥିବା ଦେଖିବାକୁ ମିଳିଥିଲା